ବନ୍ଦ କରନ୍ତୁ

ମା ମଝିଘରିଆଣି ମନ୍ଦିର, ରାୟଗଡ଼

ମା ମାଝିଘରିଆଣୀ ମନ୍ଦିର ଦକ୍ଷିଣ ଓଡିଶା ତଥା ଆନ୍ଧ୍ରପ୍ରଦେଶ ର ଏକ ପ୍ରମୂଖ ପୀଠସ୍ଥଳୀ ଅଟେ. ବିଶେଷ କରି ଅଭିଵକ୍ତ କୋରାପୁଟ ଜ଼ିଲ୍ଲା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ ରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏହି ପୀଠସ୍ଥଳୀ କୁ ମା’ ଙ୍କ ଦର୍ଶନ ସକାଶେ ଆସିଥାନ୍ତି. ଏଠାରେ ମା’ ଙ୍କ କେବଳ ମୂଖ ଭାଗଟି ହିଁ ପୂଜାପାଏ. ମା’ଙ୍କ ଭକ୍ତ ଙ୍କର ଭିଡ ବିଶେଷ କରି ରବିବାର, ବୁଧବାର ଓ ଶୁକ୍ରବାର ଦିନ ଦେଖିବାକୁ ମିଳିଥାଏ. ମା’ଙ୍କ ଚୈତ୍ର ପର୍ବ ଏହି ପୀଠ ର ଏକ ବିଶେଷ ଏବଂ ପ୍ରସିଦ୍ଧ ପର୍ବ ଅଟେ ଯାହାକି ପ୍ରତି ବର୍ଷ ଚୈତ୍ର ମାସ( ମାର୍ଚ୍ଚ-ଅପ୍ରେଲ) ରେ ପାଳନ କରା ଯାଏ.

  • ମା ମଝିଘରିଆଣି ମନ୍ଦିର ବ୍ରିଜ
  • ମଝିଘରିଆଣି ମନ୍ଦିର
  • ମଝିଘରିଆଣି ମନ୍ଦିର
  • ମଝିଘରିଆଣି ମନ୍ଦିର
  • ମଝିଘରିଆଣି ମନ୍ଦିର ବ୍ରିଜ
  • ମା ମଝିଘରିଆଣି
  • ମାଝିଘରିଆଣୀ ମନ୍ଦିର
  • ମଝିଘରିଆଣି ମନ୍ଦିର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

ରେଳଗାଡ଼ିରେ

ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

ସଡ଼କ ପଥରେ

ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି