ବନ୍ଦ କରନ୍ତୁ

ଝୁଲାପୋଲ, ଚେକାଗୁଡା

ରାୟଗଡ଼ ସହର ଉପାନ୍ତ ରେ ଥିବା ଚେକଗୁଡ଼ା ଗାଁ ନିକଟବର୍ତ୍ତୀ ନାଗାବଳୀ ନଦୀ ରେ ଏକ ଝୁଲା ବ୍ରିଜ଼ ର ନିର୍ମାଣ କରାଯାଇଛି ଯାହା ଓଡିଶା ର ଏହି ପ୍ରକାରର ଦ୍ଵିତୀୟ ବ୍ରିଜ଼. ବ୍ରିଜ଼ ଟି ନାଗାବଳୀ ନଦୀର ଉଭୟ ପାର୍ଶ୍ୱରେ ଥିବା ଏହି ବ୍ରିଜ଼ ୧୫୧ମିଟର ଦୀର୍ଘ. ଆଦିବାସୀ ଅଧ୍ୟୁଷିତ ପାଖାପାଖି ୯ଟି ଗ୍ରାମପଂଚାୟତର ୨୦,୦୦୦ ରୁ ଉର୍ଦ୍ଧ ଜନଜାତି ଙ୍କୁ ରାୟଗଡ଼ ସହର ସହ ଯୋଡ଼ିବାରେ ଏହି ବ୍ରିଜ଼ ର ଏକ ପ୍ରମୁଖ ଭୂମିକା ରହିଛି. କର୍ଣ୍ଣାଟକ ରେ ସ୍ଥାପିତ ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନର ମୁଖ୍ୟ ଗିରିଶ ଭରଦ୍ୱାଜ ଙ୍କ ଦ୍ଵାରା ଏହି ବ୍ରିଜ଼ ର ଡିଜାଇନ ପ୍ରସ୍ତୁତ କରାଯାଇଛି. ଓଡିଶା ପୋଲିସ ହାଉସିଂ କପୋର୍ରେସନ ଦ୍ଵାରା ଏହି ବ୍ରିଜ଼ ନିର୍ମିତ ହୋଇଛି.

  • ଝୁଲା ବ୍ରିଜ଼, ଚେକାଗୁଡା ଦୂର ଦୃଶ୍ୟ
  • ଝୁଲା ବ୍ରିଜ଼, ଚେକାଗୁଡା ସାମ୍ନା ଦୃଶ୍ୟ
  • ଝୁଲା ବ୍ରିଜ଼, ଚେକାଗୁଡା ପାର୍ଶ୍ବ, ଦୃଶ୍ୟ
  • ଝୁଲା ବ୍ରିଜ଼
  • ଝୁଲା ବ୍ରିଜ଼
  • ଝୁଲା ବ୍ରିଜ଼

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

ରେଳଗାଡ଼ିରେ

ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

ସଡ଼କ ପଥରେ

ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି