ବନ୍ଦ କରନ୍ତୁ

ଜ଼ିଲ୍ଲା ବିକ୍ରୟ ଓ ବିପଣନ ସଂସ୍ଥା

ORMAS –

୧୯୯୧ ମସିହାରେ ପଞ୍ଚାୟତିରାଜ ବିଭାଗ ଆନୁକୁଲ୍ୟରେ ସୋସାଇଟି ରେଜିଷ୍ଟ୍ରେସନ ଅଧିନିୟମ -୧୮୬୦ ନିୟମାନୁସାରେ  ORMASର  ରେଜିଷ୍ଟ୍ରେସନ ହୋଇଥିଲା। ସରକାରଙ୍କ ‘ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ’ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକ ମାନଙ୍କୁ ପ୍ରୋତ୍ସାହିତ କରିବା,ଉତ୍ପାଦକ ଓ ବିପଣନ ସଂସ୍ଥା ମାନଙ୍କ ମଧ୍ୟରେ ଥିବା ଦୁରତ୍ଵକୁ ଜାଣିବା ଓ ତାହାକୁ ଦୂର କରିବା ଏହାର ମୂଳ ଲକ୍ଷ୍ୟ। ୧୯୯୧ରୁ ୧୯୯୫ ମସିହା ମଧ୍ୟରେ ORMASର ଜିଲ୍ଲା ଏକକ “ଜିଲ୍ଲା ଯୋଗାଣ ଏବଂ ବିପଣନ ସଂସ୍ଥା” ହେଲା। ଗ୍ରାମୀଣ ଉଦ୍ୟୋଗୀ ଓ ଉତ୍ପାଦକ ମାନଙ୍କୁ ମାର୍ଗ ଦର୍ଶନ କରିବା ପାଇଁ ଅନୁଭୂତି ସମ୍ପନ୍ନ ଅଧିକାରୀମାନେ ଯୋଗଦାନ କଲେ। ରାଜ୍ୟ ସ୍ତରରେ ORMASର ପରିଚାଳନା କମିଟି ରହିଲା ଯାହାର ଚେୟାରମ୍ୟାନ ହେଲେ ପଞ୍ଚାୟତିରାଜ ବିଭାଗର ସେକ୍ରେଟାରୀ। ସେହିପରି ଜିଲ୍ଲାସ୍ତରରେ ବିଭିନ୍ନ ପଦାଧିକାରୀମାନଙ୍କୁ ନେଇ ଗଠିତ ପରିଚାଳନା କମିଟିର ଚେୟାରମ୍ୟାନ ରହିଲେ ଜିଲ୍ଲାପାଳ।

DSMS – ରୂପରେଖ

ଜିଲ୍ଲା ସ୍ତରରେ DSMS, DRDA ସହ ମିଶି ପ୍ରୋଦ୍ୟୋଗୀକି ଜ୍ଞାନ ଓ ତାଲିମ ପ୍ରଦାନ କରେ। ଯାହାଫଳରେ ଗ୍ରାମୀଣ ଉଦ୍ୟୋଗୀ ବ୍ୟକ୍ତିଗତ ବା ଦଳଗତ ଭାବରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାଙ୍କ ଠାରୁ ଆବଶ୍ୟକୀୟ ଲୋନ ପାଇପାରେ।

ପଞ୍ଚାୟତିରାଜ ବିଭାଗ ଚିଠି ସଂଖ୍ୟା ୧୯୬୮ ତ ୧୭.୦୨.୨୦୦୬ ମାଧ୍ୟମରେ DSMS ର ମୁଖ୍ୟ ପରିଚାଳକଙ୍କୁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଆତ୍ମ ନିଯୁକ୍ତି) ଭାବରେ DRDAରେ ଅବସ୍ଥାପିତ କରାଇଛନ୍ତି। DSMS ର ମୁଖ୍ୟ ମଧ୍ୟ OLMର ଜିଲ୍ଲା ପ୍ରକଳ୍ପ ପରିଚାଳକର ଦାୟିତ୍ଵ ବହନ କରିଛନ୍ତି। ଯେଉଁଥିରେ ‘ରୋଶନୀ’ ଓ ଆଜୀବିକା କୌଶଳ ବିକାଶ କାର୍ଯ୍ୟକ୍ରମ (DDU-GKY) ମାଧ୍ୟମରେ ଉତ୍ପାଦକ ଦଳ ବୃଦ୍ଧି କରିବାର ଲକ୍ଷ୍ୟ ରହିଅଛି।

ଏହି ସଂଗଠନର ବୌଦ୍ଧିକ ସ୍ୱରୂପ

ଏହା ସୋସାଇଟି ରେଜିଷ୍ଟ୍ରେସନ ଅଧିନିୟମ XXI – 1860, 1554/243/2001-02 ରାୟଗଡା ଦ୍ଵାରା ଅଗଷ୍ଟ ୩, ୨୦୦୧ ମସିହାରେ ରେଜିଷ୍ଟ୍ରିଭୁକ୍ତ ଅଟେ।

ସଂଗଠନର ଲକ୍ଷ୍ୟ ଓ ଆଭିମୁଖ୍ୟ

  • କଞ୍ଚାମାଲର ଉପଲବ୍ଧି ଓ ପ୍ରସ୍ତୁତ ଉତ୍ପାଦର ବିକ୍ରୀରେ ଅନୁଭୂତ ଅସୁବିଧାକୁ ଜାଣିବା ପାଇଁ ବିଭିନ୍ନ ସଂଗଠନ ଦ୍ଵାରା ସର୍ଭେ କରିବା।
  • ସହରାଞ୍ଚଳରେ ବିକ୍ରୟ କେନ୍ଦ୍ର ସ୍ଥାପନା କରିବା ଯାହା ବଡ ବିକ୍ରେତାମାନଙ୍କ ପାଇଁ ଯୋଗାଯୋଗର କ୍ଷେତ୍ର ହେବ।
  • କଞ୍ଚାମାଲ ତଥା ପ୍ରସ୍ତୁତ ଉତ୍ପାଦର ସଂରକ୍ଷଣ ପାଇଁ ଗୋଦାମ ଘର ପ୍ରସ୍ତୁତ କରିବା।
  • ସୋସାଇଟିର କାର୍ଯ୍ୟକ୍ଷେତ୍ର ବାହାରେ ଉପଲବ୍ଧ ବଜାରକୁ ଚିହ୍ନଟ କରିବା।
  • ଉପଭୋକ୍ତାମାନଙ୍କର ମତାମତକୁ ଅଧ୍ୟୟନ କରି ଉତ୍ପାଦର ଗୁଣବତ୍ତା ବୃଦ୍ଧି କରିବା।
  • ଉଦ୍ୟୋଗୀ ମାନଙ୍କୁ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଓ ଆଞ୍ଚଳିକ ଅନୁଷ୍ଠାନମାନଙ୍କ ଠାରୁ ଲୋନ ବାଗ୍ରାଣ୍ଟ ପାଇବାର ବ୍ୟବସ୍ଥା କରିବା।
  • ରାଜ୍ୟ ଓ କେନ୍ଦ୍ର ସରକାର, ସାଧାରଣ ଏବଂ ବ୍ୟକ୍ତିଗତ କ୍ଷେତ୍ର ଆଦିରେ କ୍ରୟ କରୁଥିବା ବିଭାଗ, ବିଭିନ୍ନ ବିକ୍ରୟ କେନ୍ଦ୍ର ଆଦି ସହ ଯୋଗାଯୋଗ କରି ପ୍ରସ୍ତୁତ ଉତ୍ପାଦର ବିକ୍ରୟର ସୁବନ୍ଦୋବସ୍ଥା କରିବା।
  • IDBI,SIDBI,NCDC,CAPART,UNICEF ଆଦି ସଂଗଠନ ସହ ଯୋଗାଯୋଗ କରି ସେମାନଙ୍କର ସାହାଯ୍ୟ ଓ ମାର୍ଗଦର୍ଶନ ଲାଭ କରିବା।

ଜିଲ୍ଲା ଯୋଗାଣ ଏବଂ ବିପଣନ ସଂସ୍ଥା,ରାୟଗଡାର କାର୍ଯ୍ୟଧାରା

DSMS ରାୟଗଡା ମୁଖ୍ୟତଃ ଛଅଟି  ଉତ୍ପାଦ ଉପରେ ଧ୍ୟାନ ଦେଇଥାଏ।

  • କାନ୍ଦୁଲ ଡାଲି
  • ଝାଡୁ
  • ହଳଦୀ
  • କାଜୁ
  • ତେନ୍ତୁଲି
  • ପତ୍ର ଥାଳି ଓ କପ ତିଆରି

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (DDU –GKY)

ଗ୍ରାମୀଣ ଗରିବ ଯୁବକମାନଙ୍କୁ ଚିହ୍ନଟ କରି ତାଲିମ ପ୍ରଦାନ କରି ରୋଜଗାରକ୍ଷମ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହା ଭାରତ ସରକାର, ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଗ୍ରାମୀଣ ରୋଜଗାର ବୃଦ୍ଧି ପାଇଁ ଏକ ଗୁରୁତ୍ଵପୂର୍ଣ କାର୍ଯ୍ୟକ୍ରମ।

DDU –GKY କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ PTA

  • GTET, ପିତାମହଲ, ରାୟଗଡା – ଚାଲୁଅଛି
  • OCFIT, ରାୟଗଡା  – ବନ୍ଦଅଛି
  • ବିଆଇପିଏଫ, ଆମଲାଭଟ୍ଟ, ରାୟଗଡା – ଚାଲୁଅଛି
  • IndiaCan, ରାୟଗଡା – ସାମୟିକ ବନ୍ଦ ଅଛି

ରୋଶନୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ PTA

  • Skill Pro, ରାୟଗଡା – ଚାଲୁଅଛି
  • AGE, ରାୟଗଡା  – ଚାଲୁଅଛି

DSMS, ରାୟଗଡା ଗ୍ରାମୀଣ ଉତ୍ପାଦର ବିପଣନ ପାଇଁ ନିମ୍ନ ଧାରା ଉପରେ ପ୍ରଚେଷ୍ଟାରତ।

  • ବ୍ୟାପାର ଗବେଷଣା
  • ଉଦ୍ୟୋଗ ଚିହ୍ନଟ ଓ କାର୍ଯ୍ୟକ୍ରମ ଚୟନ
  • ପ୍ରଦ୍ୟୋଗିକୀ ବିକାଶ କରଣ
  • ବିଭିନ୍ନ ଉଦ୍ୟୋଗର କୌଶଳ ବିକାଶ
  • ଉତ୍ପାଦର ବୃଦ୍ଧି ଓ ପ୍ରଦର୍ଶନୀ
  • ବିଭିନ୍ନ ମାଧ୍ୟମରେ ବିକ୍ରି ବୃଦ୍ଧି
  • ଉଦ୍ୟୋଗୀ ଦଳଙ୍କର ସଂଖ୍ୟାତ୍ମକ ବୃଦ୍ଧି
  • କମ ଅର୍ଥ ବ୍ୟୟରେ ଉପଲବ୍ଧ ଜ୍ଞାନର ବିତରଣ
  • ବିଜ୍ଞାନ ଭିତ୍ତିକ ଓ ଆକର୍ଷକ ପ୍ୟାକେଟ କରିବାର ଧାରା
  • ମାନକୀକରଣ ଓ ଗୁଣବତ୍ତା ଆଶ୍ଵାସନ

ମହିଳା କୃଷି ସଶକ୍ତିକରଣ ପରିଯୋଜନା –

ଏହି ବିଶେଷ ପରିଯୋଜନା ଜୀବିକାବୃଦ୍ଧି ଏବଂ ଅତି ସଂବେଦନଶୀଳତା ଦୂରୀକରଣ ପାଇଁ ୨୦୧୦-୧୧ ମସିହାରୁ କାର୍ଯ୍ୟରତ। କୃଷିଗତ କାର୍ଯ୍ୟରେ ଗ୍ରାମୀଣ ମହିଳାମାନଙ୍କର ସଫଳ ଯୋଗଦାନ ବୃଦ୍ଧି ଏହି ପରିଯୋଜନାର ଲକ୍ଷ୍ୟ।

ଲକ୍ଷ୍ୟ –

  • କୃଷି କ୍ଷେତ୍ରରେ ମହିଳା ମାନଙ୍କର ସଫଳ ଯୋଗଦାନ
  • ମହିଳାମାନଙ୍କ ପାଇଁ କୃଷି କ୍ଷେତ୍ରରେ ଦୀର୍ଘକାଳିକ ଜୀବିକାର ସୁଯୋଗ ସୃଷ୍ଟି
  • ପରିବାର ଓ ସାମୁଦାୟିକ ସ୍ତରରେ ଖାଦ୍ୟ ଓ ସୁପୋଷଣ ସୁରକ୍ଷା ପ୍ରଦାନ
  • ସରକାରୀ ଓ ବେସରକାରୀ ସ୍ତରରେ ଉପଲବ୍ଧ ସୁଯୋଗକୁ ମହିଳାମାନଙ୍କ ନିକଟରେ ପହଞ୍ଚାଇବା।

ଜୈବ ବିବିଧତାର ସୁପରିଚାଳନା ପାଇଁ ମହିଳାମାନଙ୍କୁ ତାଲିମ।

Partners in the District: PRADHAN, SODI (OPDC, RCDC), COFA