ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ଆଦିବାସୀ ଅଧ୍ୟୁଷିତ, ଅଗମ୍ୟ ଏହି ଜିଲ୍ଲାରେ ଅନେକ ସମୟରେ ଅଧିକାରୀମାନେ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ରହୁଛନ୍ତି। ଏହାର କାରଣ ମୁଖ୍ୟତଃ ଅଶିକ୍ଷା, ଗମନାଗମନର ଅସୁବିଧା ଓ ବଡ ହସପିଟାଲର ଅଭାବ।

ବର୍ତ୍ତମାନର ସାମାଜିକ ଓ ଆର୍ଥିକ ଅବସ୍ଥା ଏବଂ ସ୍ୱାସ୍ଥ୍ୟସେବାର ପୃଷ୍ଠଭୂମି –

ଜିଲ୍ଲାର ୧୧ ଟି ବ୍ଲକରୁ ୫ଟି ବ୍ଲକରେ ଆଦିମ ଜନଜାତି ବସବାସ କରନ୍ତି। ସେମାନେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବହୁତ ଦୁର୍ବଳ। ଜିଲ୍ଲାର ଶିକ୍ଷାଗତ ହାର ୫୬ ଶତକଡା ଓ ୮୮ ଶତକଡା ଲୋକ ଆଦିବାସୀ। ଭୌଗଳିକ ଓ ସାମାଜିକ ଅବସ୍ଥିତି ଦୃଷ୍ଟିରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିମ୍ନ ଆହ୍ଵାନ ଗୁଡିକ ଦେଖାଯାଏ।

ବାଲ୍ୟ ବିବାହ – ଶତକଡା ୩୪.୪ ଭାଗ ଝିଅମାନେ ୧୮ ବର୍ଷ ପୂର୍ବରୁ ବିବାହ କରନ୍ତି ଓ ଦୁର୍ବଳ ସନ୍ତାନଙ୍କର ଜନନୀ ହୋଇଥାନ୍ତି। ଜିଲ୍ଲାରେ ୫୦ ଶତକଡାରୁ ଅଧିକ ସ୍ତ୍ରୀଲୋକ ରକ୍ତହୀନତାର ଶିକାର ଅଟନ୍ତି।

ନାରୀ ସାକ୍ଷରତା – ଶତକଡା ୩୫.୩ ଭାଗ ସ୍ତ୍ରୀଲୋକମାନେ ସାକ୍ଷର। ତେଣୁ ସ୍ୱାସ୍ଥ୍ୟ ସଚେତନତାର ଘୋର ଅଭାବ ପରିଦୃଶ୍ୟ ହୁଏ।

ପରିବାର ନିୟୋଜନ- ୫୩ ଶତକଡା ଦମ୍ପତ୍ତି ଦୁଇରୁ ଅଧିକ ସନ୍ତାନ ଲାଭ କରିଥାନ୍ତି। କାରଣ ମାତ୍ର ୪୪.୫ ଶତକଡା ଦମ୍ପତ୍ତି ପରିବାର ନିୟୋଜନ ସମ୍ପର୍କରେ ସଚେତନ।

ଡାକ୍ତରଖାନାରେ ଜନ୍ମ ହାର – ଜିଲ୍ଲାର ୩୨୩୪ ଗ୍ରାମ ମଧ୍ୟରୁ ୮୧୭ଟି ଗ୍ରାମକୁ ପହଞ୍ଚିବାର ରାସ୍ତା ଦୁରୂହ। ଏହି ଗାଁ ଗୁଡିକ ମୁଖ୍ୟତଃ ମୁନିଗୁଡା, ଚନ୍ଦ୍ରପୁର, କେ. ସିଂହପୁର ଏବଂ କାଶୀପୁର ବ୍ଲକ ଅଞ୍ଚଳରେ ଅବସ୍ଥିତ। ତେଣୁ ଡାକ୍ତରଖାନାରେ ଶିଶୁ ଜନ୍ମ ହାର କମ।

ବର୍ଷାଋତୁରେ ବିଚ୍ଛିନ୍ନାଞ୍ଚଳ – ୮୧୭ ଅଗମ୍ୟ ଗ୍ରାମଭିତରୁ ୧୬୨ଟି ଗ୍ରାମକୁ ବର୍ଷାଋତୁରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। କାଶୀପୁର, ମୁନିଗୁଡା ଓ କେ. ସିଙ୍ଗପୁର ବ୍ଲକରେ ଅବସ୍ଥିତ ଏହି ଗ୍ରାମଗୁଡିକ ର ଗର୍ଭବତୀ ମା’ ମାନେ ବର୍ଷା ଋତୁରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି।

ଅନ୍ଧବିଶ୍ଵାସ ଅଶିକ୍ଷା ହେତୁ ଗାଁ ଗହଳିରେ ଗୁଣିଆ, ଦିଶାରି, ମୂର୍ଖ ବଇଦ ମାନଙ୍କର ପ୍ରଭାବ ଅଧିକ। ଫଳରେ ରୋଗ ଅତିରିକ୍ତ ହେବା ପରେ ରୋଗୀମାନେ ଡ଼ାକ୍ତଖାନାକୁ ଆସିଥାନ୍ତି।

ଗର୍ଭବତୀ ମା ମାନଙ୍କର ସ୍ଵାସ୍ଥ୍ୟକର ଖାଦ୍ୟର ଅଭାବ – ସୁଷମ ଓ ପୃଷ୍ଟିକର ଖାଦ୍ୟ ଅଭାବରୁ ଅନେକ ଗର୍ଭବତୀ ମା’ ପିଲା ଜନ୍ମ ସମୟରେ ଜଟିଳତାର ସମ୍ମୁଖିନ ହୋଇଥାନ୍ତି।

ମା ଗୃହର କମ ପ୍ରୟୋଗ – ଜିଲ୍ଲାରେ ୮ଟି ମା’ ଗୃହ ପ୍ରକଳ୍ପ ଚାଲୁଅଛି।  ସେଥିରୁ ୫ଟି ମା’ଗୃହ  ମୁନିଗୁଡା, ଚନ୍ଦ୍ରପୁର, କାଶୀପୁର ଓ କେ. ସିଂହପୁର ଅଞ୍ଚଳରେ ଅବସ୍ଥିତ। ଅଗମ୍ୟ ଅଞ୍ଚଳର ଗର୍ଭବତୀ ମା’ମାନେ ଜନ୍ମ ସମୟ ପୂର୍ବରୁ ଆସି ଏହି ମା’ ଗୃହରେ ରହି ଡାକ୍ତରୀ ସେବା ପାଇପାରିବେ। ମାତ୍ର ଏହି ମା’ ଗୃହର ପ୍ରୟୋଗ ମଧ୍ୟ ଶହେ ଶତକଡା ହୋଇପାରୁନାହିଁ।

ପ୍ରଚଳିତ କାର୍ଯ୍ୟକ୍ରମ –

ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ

ଶିଶୁ ଓ ମାତୃ ମୃତ୍ୟୁହାର କମ କରିବା ପାଇଁ ଚାଲିଥିବା କାର୍ଯ୍ୟକ୍ରମ –

  • ଗ୍ରାମୀଣ ସ୍ୱାସ୍ଥ୍ୟ ଓ ପୋଷଣ ଦିବସ
  • ଗର୍ଭବତୀ ମା’ ଓ ସ୍ତନ୍ୟପାୟୀ ମା’ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା
  • ମାତୃ ମୃତ୍ୟୁର ତଦାରଖ
  • ସିଫିଲ୍ସ ଓ HIV ରୋଗଗ୍ରସ୍ତ ଗର୍ଭବତୀ ମା’ ମାନଙ୍କର ଚିହ୍ନଟ
  • ମାତୃ ଗୃହର ପରିଚାଳନା
  • ପ୍ରଥମ ରେଫେରାଲ ଏକକ ଓ ଜନ୍ମ ଦାନ ଏକକର ଦୃଢୀକରଣ
  • ଦକ୍ଷତା କାର୍ଯ୍ୟକ୍ରମର ପରିଚାଳନା
  • ANM ମାନଙ୍କର ନିୟୋଜନ
  • ଜନନୀ ସୁରକ୍ଷା ଯୋଜନା
  • ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ
  • ନବଜାତ ଶିଶୁର ଯତ୍ନ କେନ୍ଦ୍ର
  • ପୋଷକ ତତ୍ତ୍ୱ ପୁନର୍ବାସ କେନ୍ଦ୍ର
  • ନିୟମିତ ଟିକାକରଣ କାର୍ଯ୍ୟକ୍ରମ

ଶିଶୁ ଓ ମାତୃ ମୃତ୍ୟୁ ହାରରେ ହ୍ରାସ ଯୋଜନା –

ଏଥିରେ ନିମ୍ନ କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆଯାଏ-

  • ଗର୍ଭାବସ୍ଥା ସମୟର ଯତ୍ନ
  • ଜନ୍ମଦାନ ସମୟରେ ଯତ୍ନ
  • ଜନ୍ମଦାନ ପରେ ଯତ୍ନ (୪୮ ଘଣ୍ଟା ଡ଼ାକ୍ତରଖାନାରେ ରହିବା)
  • ଘରେ ଜନ୍ମଦାନ ସମୟରେ ଯତ୍ନ
  • ସମୁଦାୟ ଓ ଡ଼ାକ୍ତରଖାନା ସ୍ତରରେ ଶିଶୁ କିଟ ର ବ୍ୟବସ୍ଥା
  • ଶିଶୁର ୪୨ ଦିନରୁ ବର୍ଷେ ପର୍ଯ୍ୟନ୍ତ ସମୁଦାୟ ସ୍ତରୀୟ ଯତ୍ନ
  • ଅନୁଷ୍ଠାନ କ୍ଷେତ୍ରରେ ଶିଶୁ ସ୍ୱାସ୍ଥ୍ୟର ଯତ୍ନ ପାଇଁ ବ୍ୟବସ୍ଥା
  • ୦-୫ ବର୍ଷର ଉଚ୍ଚ ବିପଦଯୁକ୍ତ ଶିଶୁମାନଙ୍କର ଯତ୍ନ