ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା

ପରିଚୟ

ଅଗଷ୍ଟ ୨୯ ତାରିଖ, ୧୯୭୪ ମସିହାରେ ରାୟଗଡା ବ୍ଲକକୁ ନେଇ ସମନ୍ଵିତ ଆଦିବାସୀ ଉନ୍ନୟନ ପରିଯୋଜନା ରାୟଗଡାର ଭିତ୍ତିଭୂମି ଆରମ୍ଭ ହୋଇଥିଲା। ଏହାପରେ ରାୟଗଡା ସବଡିଭିଜନରେ ଆହୁରି ତିନୋଟି ବ୍ଲକ ଯଥା କୋଲନାରା, କଲ୍ୟାଣସିଂହପୁର ଓ କାଶୀପୁର ଏହି ପ୍ରକଳ୍ପରେ ୧୯୭୬ରେ ମିଶିଥିଲେ। ଏହାପରଠାରୁ ରାୟଗଡା ସମନ୍ଵିତ ଆଦିବାସୀ ଉନ୍ନୟନ ପରିଯୋଜନା ଓ ରାୟଗଡା ସବ-ଡିଭିଜନର ଭୌଗଳିକ ସୀମାରେଖା ସମାନ ହୋଇଥିଲା। ଏହାପରେ ୧୯୬୦ ମସିହାରେ ସୋସାଇଟୀ ପଞ୍ଜୀକରଣ ଆଇନ ଅନୁଯାୟୀ ଏହା ପଞ୍ଜୀକୃତ ହେବା ପରେ ୧୯୭୯-୮୦ରୁ ଏହା ଏକୀକୃତ ଆଦିବାସୀ ଉନ୍ନୟନ ଅଭିକରଣ ଭାବରେ ସ୍ଵୀକୃତ ହୋଇଥିଲା। ଗୋଟିଏ ଅଭିକରଣ ଭାବରେ ଅନୁସୂଚିତ ଜାତି ଓ ଆଦିବାସୀ ଜନଜାତିଙ୍କ ବିକାଶ ପାଇଁ ନିଷ୍ପତ୍ତି ନେବାରେ ବିକେନ୍ଦ୍ରୀକରଣ ଓ ସରଳୀକରଣ କରିବା ପାଇଁ ଏହି ଅନୁଷ୍ଠାନଟି ସୁନିଶ୍ହିତ କରିଛି।

ସ୍ଵତନ୍ତ୍ର କେନ୍ଦ୍ରୀୟ ସହାୟତା, ଆଦିବାସୀଙ୍କ ଉପଯୋଜନା କ୍ଷେତ୍ର ପାଇଁ (SCA to TSP)

ଏହା କେନ୍ଦ୍ର ସରକାରଙ୍କ ପ୍ରଯୋଜିତ ଯୋଜନା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଦିବାସୀ ଜନଜାତିର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିରେ ବିକାଶ ଆଣିବା। ଏହି ଯୋଜନାଟି ଦୁଇଟି ପର୍ଯ୍ୟାୟରେ ବିଭକ୍ତ। ୧. ସହାୟକ ଅନୁଦାନ (GIA) ୨. ପୁଞ୍ଜି ପାଇଁ କ୍ଷେତ୍ର ସୃଷ୍ଟି କରିବା (CCA)

SCAରୁ TSP ନିର୍ଦ୍ଦେଶାବଳି ଅନୁଯାୟୀ ମୂଳ ବଣ୍ଟନର ଅନ୍ୟୁନ ୭୦ ପ୍ରତିଶତ ସହାୟକ ଅନୁଦାନ ପାଇଁ ଉଦ୍ଦିଷ୍ଟ। ସେଥିରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ଅନୁଦାନ ଦକ୍ଷତା ବିକାଶ ପ୍ରଶିକ୍ଷଣରେ ଆଦିବାସୀ ଜନଜାତିର ଯୁବବର୍ଗଙ୍କୁ ସାମିଲ କରାଯାଇଛି। ଯେଉଁଥିରେ ସେମାନଙ୍କୁ ୱ୍ବାଡି କାର୍ଯ୍ୟକ୍ରମ ବା କୃଷି ଉଦ୍ୟାନ, ରବର ଚାଷ, କୁକୁଡା ଚାଷ ବିଷୟରେ ଶିକ୍ଷା ଦିଆଯାଇଛି। ଏହି ଯୋଜନା ପାଇଁ ସରକାରSSD ବିଭାଗକୁ ମୁଖ୍ୟ ସହାୟକ ଅନୁଦାନ ମାଧ୍ୟମରେ ପାଣ୍ଠି ଯୋଗାଉଛନ୍ତି। CCA ବିଭାଗରେ ମୂଳ ବଣ୍ଟନର ୩୦ ପ୍ରତିଶତ SCA ରୁ TSP ନିର୍ଦ୍ଦେଶାବଳି ଅନୁଯାୟୀ, ରାସ୍ତାଘାଟ, ନାଳନର୍ଦମା, ପୋଲ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି କାର୍ଯ୍ୟ କରାଯାଇଥାଏ। ଏହା ଆଦିବାସୀମାନଙ୍କୁ ସିଧାସଳଖ ସୁବିଧା ଯୋଗାଇବ। ଏହି ଉଦ୍ଦେଶ୍ୟରେ CCA ମୁଖ୍ୟରେ ପାଣ୍ଠି ମିଳିଥାଏ।

ଅନୁଚ୍ଛେଦ ୨୭୫(I)

ଭାରତ ସମ୍ବିଧାନର ଅନୁଚ୍ଛେଦ ୨୭୫ (୧) ଅନୁଯାୟୀ ଉପ-ଯୋଜନା ଅନ୍ତର୍ଗତ ନିର୍ଦ୍ଧିଷ୍ଟ ପ୍ରକଳ୍ପଗୁଡିକୁ ସିଧାସଳଖ ପାଣ୍ଠି ଦିଆଯାଉଛି। ଏହି ଯୋଜନା ଦୁଇଟି ବିଭାଗରେ ବିଭକ୍ତ। (୧) ସହାୟକ ଅନୁଦାନ (GIA)  (୨) ପୁଞ୍ଜି ପାଇଁ କ୍ଷେତ୍ର ସୃଷ୍ଟି କରିବା। ବନସୁରକ୍ଷା ଆଇନ ଓ ITDA ର ସଶକ୍ତିକରଣ ପାଇଁ ସହାୟତା ଅନୁଦାନ ଅନ୍ତର୍ଗତ ପାଣ୍ଠି ଯୋଗାଇ ଦିଆଯାଏ। ସେହିପରି ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ, ଭିତ୍ତିଭୂମିର ବିକାଶ, ବିଦ୍ୟାଳୟ ଓ ଛାତ୍ରାବାସର ମରାମତି ଓ ରକ୍ଷଣାବେକ୍ଷଣ, ଗମନାଗମନର ସୁବିଧା ପାଇଁ ରାସ୍ତାଘାଟ, ଛୋଟ ପୋଲ, ନାଳନର୍ଦ୍ଧମାର ନିର୍ମାଣ ଆଦି କାର୍ଯ୍ୟ CCA ଅଧୀନରେ କରାଯାଇଥାଏ।

ବନବନ୍ଧୁ କଲ୍ୟାଣ ଯୋଜନା (VKY)

ଏହି ଯୋଜନା ଅଧୀନରେ ଉପ-ଯୋଜନା ଅନ୍ତର୍ଗତ ନିର୍ଦ୍ଧିଷ୍ଟ ପରିଯୋଜନା ପାଇଁ ସରକାର ପାଣ୍ଠି ମଞ୍ଜୁର କରନ୍ତି। ଏହି ବିଭାଗ ଅଧୀନରେ ଉଚ୍ଚଶିକ୍ଷାର ଗୁଣବତ୍ତା, ବିଦ୍ୟୁତିକରଣ, ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଯଥା ଯାତାୟାତ,ଗୁଣାତ୍ମକ ଓ ନିରବଚ୍ଛିନ୍ନ କର୍ମଯୋଗାଣ, ଆଦିବାସୀଙ୍କ ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ଜଳସେଚନର ସୁବିଧା, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ, ସହରୀକରଣ ଏବଂ ଖେଳକୁଦକୁ ଉତ୍ସାହିତ କରିବା ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦିଆଯାଏ। ବନବନ୍ଧୁ କଲ୍ୟାଣ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଦିବାସୀମାନଙ୍କର ଆବଶ୍ୟକତା ଅନୁଯାୟୀ ଫଳପ୍ରସୂସର୍ବାଙ୍ଗୀନ ବିକାଶ ପାଇଁ ପରିବେଶ ସୃଷ୍ଟି କରିବା।  ସାଧନର ସୁବିନିଯୋଗ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଉଦ୍ଦିଷ୍ଟ ବର୍ଗଙ୍କ ନିକଟରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

KBK ପାଇଁ ସ୍ଵତନ୍ତ୍ର ଯୋଜନା

ଏହା କେନ୍ଦ୍ର ସରକାରଙ୍କର ଏକ ପ୍ରଯୋଜିତ କାର୍ଯ୍ୟକ୍ରମ ଯାହାକି କେବିକେ ଅଞ୍ଚଳ ପାଇଁ ସ୍ଵତନ୍ତ୍ର ରୂପେ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅଧୀନରେ ଆଦିବାସୀ ବାଳକ ଓ ବାଳିକାମାନଙ୍କ ପାଇଁ ଛାତ୍ରାବାସ ତିଆରି କରିବା, ନୂତନ ବିଦ୍ୟାଳୟ ଖୋଲିବା, ଅଧିକ ଶ୍ରେଣୀଗୃହ କରିବା, ଉଚ୍ଚବିଦ୍ୟାଳୟକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସ୍ଥାପନା କରିବା, ଏକଶହ ବାଳିକା ଛାତ୍ରାବାସ ମଧ୍ୟରୁ ଅନୁସୂଚିତ ଜନଜାତିର ବାଳିକା ବିଦ୍ୟାଳୟକୁ ପାନୀୟ ଜଳଯୋଗାଣ ଓ ବିଦ୍ୟୁତିକରଣ କରିବା କାର୍ଯ୍ୟକ୍ରମଗୁଡିକ ଅନ୍ତର୍ଭୁକ୍ତ। ଏହି ଆଦିବାସୀ ବିଦ୍ୟାଳୟଗୁଡ଼ିକରେ ଉନ୍ନତମାନର ଖେଳକୁଦ କୌଶଳ, ବିକାଶର ଭିତ୍ତିଭୂମି ସ୍ଥାପନ କରିବା ପାଇଁ ମଞ୍ଜୁର କରାଯାଇଛି। ୨୦୧୫-୧୬ ବର୍ଷରେ ଏହି ଯୋଜନାକୁ ପରିସମାପନ କରି ସମାନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଜୁ KBK (ରାଜ୍ୟ ବିଭାଗ) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି।

ବାମପନ୍ଥୀ ଚରମପନ୍ଥୀ ଜିଲ୍ଲା

ବାମପନ୍ଥୀ ଚରମପନ୍ଥୀ ଜିଲ୍ଲା ଗୁଡିକରେ ଆଦିବାସୀ ଜନଜାତିଙ୍କର ବାଳକ ଓ ବଳିକମାନଙ୍କର ବିଦ୍ୟାଳୟରେ ଅନୁପସ୍ଥିଟି ହ୍ରାସ ହାର କମେଇବା ଓ ସାକ୍ଷରତା ହାର ବଢାଇବା ପାଇଁ ସରକାର ୨୦୦୯-୧୦ ବର୍ଷରେ ଅନେକ ଯୋଜନାର ପଦକ୍ଷେପ ଦେଇଛନ୍ତି। ସେହି ଯୋଜନା ଅନ୍ତର୍ଗତ ୧୦୦ ଛାତ୍ରାବାସ ମଧ୍ୟରୁ ୬୬ଟି ଆଦିବାସୀ ଜନଜାତିଙ୍କ ପାଇଁ ମଞ୍ଜୁର କରାଯାଇଛି। ସେଥିରୁ ୨୨ଟି ଛାତ୍ରାବାସ ବାଳିକା ଓ ୪୪ଟି ଛାତ୍ରାବାସ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସମସ୍ତ କାମ ସମ୍ପୁର୍ଣ୍ଣ ଭାବରେ କରାଯାଇଛି।

ରାଜ୍ୟ ଯୋଜନା

ଏହି ଯୋଜନାରେ ସରକାର ଅନୁସୂଚିତ ଜନଜାତିର ବାଳକ ଓ ବାଳିକାମାନଙ୍କ ନିମିତ୍ତ ଶିକ୍ଷାନୁଷ୍ଠାନ, ଛାତ୍ରାବାସର ନିର୍ମାଣ, ଅଧିକ ଶ୍ରେଣୀଗୃହ, କର୍ମଚାରିବୃନ୍ଦଙ୍କର ବାସଗୃହ, ପାଇଖାନା ଓ ଗାଧୁଆଘର ବିଦ୍ୟାଳୟ ଓ ଛତ୍ରାବାସର ବିଦ୍ୟୁତକରଣ ଆଦି ସମସ୍ତ ବିକାଶର ଭିତ୍ତିଭୂମିକୁ ସମର୍ଥ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ଉନ୍ନତ ଧରଣର ରୋଷେଇ ବ୍ୟବସ୍ଥା

ଏହି ଯୋଜନାକୁ ସରକାର 2014-15 ବର୍ଷରେ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟକର ଓ ବିଶୁଦ୍ଧ ରନ୍ଧା ଖାଦ୍ୟ ପରିବେଷଣ କରିବା, ରୋଷଶାଳାର ବିକାଶ କରିବା ଯେପରିକି ରୋଷେଇ ଘର ଓ ସଫାସୁତୁରା ପାଇଁ ଅଲଗା କକ୍ଷ ରହିବ। ଅନ୍ତେବାସୀଙ୍କର ବସି ଖାଇବା ଓ ବଢିବ ପାଇଁ ଜାଗାର ବିକାଶ କରିବା, ରୋଷେଇ ପାଇଁ ଉନ୍ନତମାନର ଜାଳେଣୀ, ଚୁଲା ଓ ଆଧୁନିକ ଶୈଳୀ ରୋଷଶାଳା ପ୍ରୟୋଗ କରିବା। ଖାଇବା ଓ ପିଇବା ପାଇଁ ବଦ୍ୟୁତିକ ମାଧ୍ୟମରେ ବିଶୁଦ୍ଧ ପାଣି ଛାତ୍ରାବାସରେ ଉପଲବ୍ଧ ହେବ।

ଅଣଯୋଜନା

ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟର ଛାତ୍ରାବାସର କୋଠା ନିର୍ମାଣରେ, ମରାମତି, ରକ୍ଷଣାବେକ୍ଷଣ, ପୁନରୁଦ୍ଧାର ପାଇଁ ସରକାର SSD ବିଭାଗକୁ ପୁଞ୍ଜି ଦେଇଥାନ୍ତି।

କେନ୍ଦ୍ରୀୟ ଯୋଜନା ପରିକଳ୍ପନା

ଏହି ଯୋଜନା ଅନ୍ତର୍ଗତ ସରକାର ନୂଆ ଆଶ୍ରମ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ପାଇଁ ପାଣ୍ଠି ମଞ୍ଜୁର କରନ୍ତି। ନିର୍ମାଣଧୀନ ଛତ୍ରାବାସ, ଅଧିକ ଶ୍ରେଣୀଗୃହ, କର୍ମଚାରୀବୃନ୍ଦଙ୍କର ବାସଗୃହ, ଛାତ୍ରଛାତ୍ରୀମାନଙ୍କ ଶିକ୍ଷାନୁଷ୍ଠାନର ପାଚେରୀର ନିର୍ମାଣ ଓ ଆଶ୍ରମ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟର ମାନ୍ୟତା ନେବା ପାଇଁ ସରକାର ପାଣ୍ଠିକୁ ମଞ୍ଜୁରୀ ଦିଅନ୍ତି।

ଅନ୍ୟାନ୍ୟ ଯୋଜନା

ଏହି ଅଭିକରଣ,BRGF, ବିଜୁ KBK (ରାଜ୍ୟ ଓ ଜିଲ୍ଲା ବିଭାଗ),MPLADS,MLALADS, ସ୍ଵତନ୍ତ୍ର ସମସ୍ୟା, ବିଶେଷ ବିକାଶ ଯୋଜନା, ଗଜପତି – ରାୟଗଡା ସର୍କିଟ ବିକାଶ ଇତ୍ୟାଦି ଯୋଜନା ଅନ୍ତର୍ଗତ ନିର୍ଦ୍ଦିଷ୍ଟ ବିକାଶ ଯୋଜନା ଗୁଡିକର କାର୍ଯ୍ୟକାରୀ ପାଇଁ ପାଣ୍ଠି ପାଇଥାଏ। ଏହି ଯୋଜନାଗୁଡିକୁ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ସିଧାସଳଖ ଧନରାଶି ମିଳିଥାଏ।

ITDA ଦ୍ଵାରା ନୂତନ କାର୍ଯ୍ୟକଳାପ ପାଇଁ ନିଆଯାଇଥିବା ପଦକ୍ଷେପ

ପାଣିଟାଙ୍କି:

୪୦,୦୦୦ ଓ ୫୦,୦୦୦ ଲିଟର କ୍ଷମତା ସମ୍ପନ୍ନ ୧୦ଟି ପାଣି ଟାଙ୍କି ବିଦ୍ୟାଳୟ ଓ ଛାତ୍ରାବାସକୁ ସୁବିଧା ଉପାୟରେ ପାଣି ଯୋଗାଇବା ପାଇଁ ନିର୍ମାଣ କରାଯାଇଛି। ଅଣଯୋଜନା ଓ ସ୍ଵତନ୍ତ୍ର ବିଜୁ KBK ଯୋଜନା ଅଧୀନରେ ଏହି ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକ ପ୍ରକଳ୍ପ ସୁରୁଖୁରୁରେ ଚାଲିଛି। ଅନ୍ୟାନ୍ୟ ବିଦ୍ୟାଳୟମାନଙ୍କ ପାଇଁ ନଳକୂପ ଗୁଡିକୁ ସଂଲଗ୍ନ କରାଯାଇ, ସିଣ୍ଟେକ୍ସ ଟାଙ୍କିଗୁଡିକ ବ୍ୟବହାର କରାଯାଇ ଏକ ସର୍ବାସାଧାରଣ ଜଳାଶୟ ମାଧ୍ୟମରେ ଜଳଯୋଗାଣ ନିଶ୍ଚିତ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ହେଲେ ବି କୌଣସି ଅନ୍ତେବାସୀ ଯେମିତି ହଇରାଣ ହେବେନି ତାର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି।

ବିଶୁଦ୍ଧ ପାନୀୟ ଜଳ ଯୋଗାଣ

ITDA ରାୟଗଡା ଅନ୍ତର୍ଗତ ବିଦ୍ୟାଳୟର ଅନ୍ତେବାସୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ୭୫ଟି RO ଆଧାରିତ ପାନୀୟ ଜଳ ଯୋଗାଣ ଇଉନିଟ ସ୍ଥାପନ କରାଯାଉଛି। ୬୩ଟି SSD ଦ୍ଵାରା ପରିଚାଳିତ ବିଦ୍ୟାଳୟରେ ଏହା ୨୦୧୬-୧୭ ବର୍ଷରେ ସ୍ଥାପନ ହୋଇଛି। ଏହାର ସ୍ଥାପନ ପରେ ଜଳ ଯୋଗୁ ହେଉଥିବା ରୋଗର ପାଦୁର୍ଭାବ କମିଛି। ଯାହାଦ୍ୱାରା ଔଷଧ ଖର୍ଚ୍ଚ ମଧ୍ୟ କମିଛି।

SSD ବିଦ୍ୟାଳୟ ଓ ଛାତ୍ରାବାସ ପରିସରରେ ଉଚ୍ଚ ଆଲୋକ ଖୁଣ୍ଟର ବ୍ୟବସ୍ଥା

୫୩ଟି ଏସଏସଡ଼ି ଦ୍ଵାରା ପରିଚାଳିତ ବିଦ୍ୟାଳୟ ଓ ଛାତ୍ରାବାସର ନିରାପଦ ଓ ସୁରକ୍ଷିତ ଜୀବନଯାପନ ପାଇଁ ରାଜ୍ୟ ସରକାର ୨୦୧୫-୧୬, ୨୦୧୬-୧୭ ବର୍ଷରେ ରାଜ୍ୟ ଯୋଜନା ଆୟୋଗ ଅଧୀନରେ ୧୩୫ଟି LED ଯୁକ୍ତ ଉଚ୍ଚ ଆଲୋକ ଖୁଣ୍ଟର ବ୍ୟବସ୍ଥା କରିଛନ୍ତି। ଉଚ୍ଚ ଆଲୋକ ଖୁଣ୍ଟର ବ୍ୟବସ୍ଥା ଯୋଗୁ ଅନ୍ତେବାସୀମାନେ ନିଜକୁ ସାପ ଓ କୁକୁର ଦାଉରୁ ମୁକ୍ତ ରଖି ସୁବିଧାରେ ଜୀବ ଆସିବା କରିପାରୁଛନ୍ତି। ବିଦ୍ୟାଳୟରେ LED ର ବ୍ୟବହାର ଯୋଗୁ ବିଜୁଳି ଦେୟରେ ମଧ୍ୟ ବିପୁଳ ପରିମାଣର ହ୍ରାସ ହୋଇଛି।

SSD ବିଦ୍ୟାଳୟ ଓ ଛାତ୍ରାବାସରେ ଜେନେରେଟର ବ୍ୟବସ୍ଥା

ଅଧିକାଂଶ ବିଦ୍ୟାଳୟରେ ଘନ ଘନ ବିଦ୍ୟୁତ କାଟ ହେଉଛି। ୨୦୧୫-୧୬ ଓ ୨୦୧୬-୧୭ ବର୍ଷଠାରୁ ଏହାକୁ ଧ୍ୟାନରେ ରଖି ରାଜ୍ୟ ସରକାର ୨୬ଟି ବିଦ୍ୟାଳୟ ଓ ଛାତ୍ରାବାସକୁ ଡିଜେଲ ଚାଳିତ ଜେନେରେଟର ଯାହାର କ୍ଷମତା 2KVA ଯୋଗାଇଦେଇଛନ୍ତି। ଜେନେରେଟର ବ୍ୟବହାର ଯୋଗୁ ବିଦ୍ୟୁତକାଟ ସମୟରେ ହେଉଥିବା ସମସ୍ୟାର ସମାଧାନ ହେଇପାରୁଛି।

SSD ବିଦ୍ୟାଳୟ ଓ ଛାତ୍ରାବାସର ରୋଷଘର ଓ ଖାଇବା ଘରର ନିର୍ମାଣ

ITDA ଅଧୀନରେ ଥିବା ୫୮ଟି SSD ବିଦ୍ୟାଳୟ ଓ ଛାତ୍ରାବାସ ମଧ୍ୟରୁ ୨୦୧୬-୧୭ ଆର୍ଥିକ ବର୍ଷ ଶେଷ ସୁଧା ସୁରକ୍ଷିତ ରୋଷଶାଳା ଓ ଖାଇବା ସ୍ଥାନ ପାଇଁ  ୫ଟି ରୋଷେଇ କକ୍ଷ ଓ ଖାଇବା ପାଇଁ ପ୍ରସସ୍ଥ କକ୍ଷର ନିର୍ମାଣ କରାଯାଇଛି। ୨୦୧୭-୧୮ର ଆର୍ଥିକ ବର୍ଷ ଶେଷରେ ଅବଶିଷ୍ଟ ବିଦ୍ୟାଳୟଗୁଡିକର ଏହି କାର୍ଯ୍ୟ ସମ୍ପୁର୍ଣ୍ଣ କରିବାର ପ୍ରସ୍ତାବ ରହିଛି।

SSD ବିଦ୍ୟାଳୟର ବାଳିକା ଛାତ୍ରାବାସରେ ଦହନ-ଚୂଲାର ନିର୍ମାଣ

ତିନୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୧୩ଟି SSD ଦ୍ଵାରା ପରିଚାଳିତ ଉଚ୍ଚ ବିଦ୍ୟାଳୟର ସମସ୍ତ ବାଳିକା ଅନ୍ତେବାସୀଙ୍କ ଦ୍ଵାରା ବ୍ୟବହୃତ ହେଉଥିବା ସାନିଟାରୀ ନେପକିନର ବିନ୍ୟାସ ଓ ପରିବଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଦହନ-ଚୂଲାର ନିର୍ମାଣ କରାଯାଇଛି।

ରାୟଗଡାରେ ବିଶ୍ଵ ଆଦିବାସୀ ଆଉଟଲେଟର ନିର୍ମାଣ

ଆଦିବାସୀ ଉନ୍ନୟନ ସମବାୟ ନିଗମ (TDCCOL) ଓଡିଶା, ଭୁବନେଶ୍ୱରର ନିର୍ଦ୍ଦେଶକଙ୍କ ପାଣ୍ଠିକୁ ବିନିଯୋଗ କାରୀ ୨୦୧୫-୧୬ ବର୍ଷ ITDA ରାୟଗଡା ଏହି ପ୍ରକଳ୍ପଟିକୁ ନିର୍ମାଣ କରିଥିଲା। TDCCOL ଙ୍କ ଠାରୁ ୧୭ ଲକ୍ଷ ଟଙ୍କା ପ୍ରାପ୍ତ ହୋଇଥିଲା ଏବଂ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ଏହି ପ୍ରକଳ୍ପଟିକୁ ସାରିବା ପାଇଁ ୧୮ ଲକ୍ଷ ଟଙ୍କା ବିଜୁ KBK ଯୋଜନା ଅନ୍ତର୍ଗତ ସୁଧରୁ ମଞ୍ଜୁରୀ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆଦିବାସୀଙ୍କ ଦ୍ଵାରା ପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀକୁ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକ ଙ୍କୁ ବିକିବା। ଏହି କାର୍ଯ୍ୟକୁ ସାକାର ରୂପ ଦେବା ପାଇଁ ଔଷଧୀୟ ବଗିଚା ଓ ମୁର୍ତ୍ତିକଳାର ସ୍ଥାପନ କରାଯିବାର ପ୍ରସ୍ତାବ ଦିଆଯାଇଛି।

SSD ବିଦ୍ୟାଳୟ ଓ ଛତ୍ରାବାସ ଗୁଡିକରେ ଷ୍ଟେନଲେସ ଷ୍ଟିଲର ଡାଇନିଙ୍ଗ ଟେବଲ ଯୋଗାଣ

ITDA ଅଧୀନରେ ଥିବା ୪୫ଟି SSD ଦ୍ଵାରା ପରିଚାଳିତ ବିଦ୍ୟାଳୟ ଓ ଛାତ୍ରାବାସ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ DMF ଦ୍ଵାରା ୭୫୬ଟି ଷ୍ଟେନଲେସ ଷ୍ଟିଲ ଡାଇନିଙ୍ଗ ଟେବଲ ମଞ୍ଜୁରୀ ହୋଇଛି। ଏହି ଡାଇନିଙ୍ଗ ଟେବଲ ଯୋଗାଣରେ ଗଛ ତଳେ ବା ରାସ୍ତାକଡରେ ବସି ଖାଦ୍ୟ ଖାଇବାର ସମସ୍ୟାରୁ ମୁକ୍ତି ମିଳିଥିଲା। ଛାତ୍ର ଓ ଛାତ୍ରୀମାନେ ଗର୍ବିତ ଅନୁଭବ କରିଥିଲେ। ଅବଶିଷ୍ଟ ବିଦ୍ୟାଳୟ ଓ ଛାତ୍ରାବାସ ଗୁଡିକୁ ଆଗାମୀ ୨୦୧୭-୧୮ ଆର୍ଥିକ ବର୍ଷରେ ଅନ୍ତର୍ଭୁକ୍ତ କରାଯିବ।

SSD ଛାତ୍ରାବାସର ଝରକାର ଷ୍ଟେନଲେସ ଷ୍ଟିଲର ମଶାମରା ଜାଲି ଦ୍ଵାରା ସଂସ୍ଥାପନ କରିବା

ITDA ଅଧୀନରେ ଥିବା ୩୫ଟି SSD ଦ୍ଵାରା ପରିଚାଳିତ ବିଦ୍ୟାଳୟ ଓ ଛାତ୍ରାବାସକୁ ୨୦୧୬-୧୭ ଆର୍ଥିକ ବର୍ଷରେ DMF ଦ୍ଵାରା ମଶା ଓ କୀଟ ପତଙ୍ଗଙ୍କ ଅବାଧ ପ୍ରବେଶକୁ ବନ୍ଦ କରିବାକୁ ଷ୍ଟେନଲେସ ଷ୍ଟିଲର ମଶାଧରା ଜାଲି ଝାରକାରେ ଖଞ୍ଜା ଯାଇଛି। ଏହା ଦ୍ଵାରା ଛାତ୍ରାବାସର ପରିବେଶ ସୁସ୍ଥ ଓ ସ୍ଵଛ ରହିପାରୁଛି। ଏଥିଯୋଗୁ ମଶାମାନଙ୍କ ଦ୍ଵାରା ହେଉଥିବା ରୋଗର ପାଦୁର୍ଭାବ କମିଯାଇଛି।

ITDA ର ବୈଧାନିକ ବୈଠକ

  • ପ୍ରକଳ୍ପ ସ୍ତରୀୟ ବୈଠକ – ତ୍ରୈମାସିକ
  • ଜିଲ୍ଲାସ୍ତରୀୟ କମିଟି ବୈଠକ (FRC ଅଧୀନରେ) – ତ୍ରୈମାସିକ
  • ଆଦିବାସୀଙ୍କ ଉପଯୋଜନା ପାଇଁ ଜିଲ୍ଲା ସ୍ତରୀୟ ପର୍ଯ୍ୟ।ଲୋଚନା କମିଟି – ତ୍ରୈମାସିକ ।