ସଂସ୍କୃତି ଏବଂ ଐତିହ୍ୟ
ରାୟଗଡ଼ ସଂସ୍କୃତି ଏବଂ ଐତିହ୍ୟ

ପରିଚୟ
ରାୟଗଡା ଜିଲ୍ଲା ପୂର୍ବତନ କୋରାପୁଟ ଜିଲ୍ଲାରୁ 02.10.1992ରେ ଜିଲ୍ଲା ସଂପ୍ରସାରଣ ଯୋଜନାରେ ଅଲଗା ହୋଇଯାଇଛି। ଏହି ଜିଲ୍ଲାର ଲୋକସଂଖ୍ୟା 832019 । ଏଠି ମଧ୍ୟରୁ 473379 ଆଦିବାସୀ। ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ଜିଲ୍ଲାଟି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହାର 57.52% ଭାଗ ଲୋକସଂଖ୍ୟା ହେଉଛି ଆଦିବାସୀ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ 11ଟି ବ୍ଲକକୁ ଆଦିବାସୀ ଉପଯୋଜନାରେ ସମ୍ମିଳିତ କରାଯାଇଛି। ଏଠାରେ ପୂର୍ବ-ସାକ୍ଷର ମୂଳ ଆଦିବାସୀ ସଂପ୍ରଦାୟ ପାଇଁ 3ଟି (Micro Projects ) ସୂକ୍ଷ୍ମ ପରିଯୋଜନା ଚାଲୁଅଛି।
ରାୟଗଡାର ପ୍ରାକୃତିକ ଅବସ୍ଥିତି ଆଦିବାସୀଙ୍କର ଜାତୀୟ-ସାଂସ୍କୃତିକ ପରିଚୟକୁ ଧରି ରଖିବା ପାଇଁ ଅନୁକୁଳ। ଏଠାରେ 4755.31 ସ୍କୋୟାର କି. ମି ଜଙ୍ଗଲ ଅଛି। ସେଥିମଧ୍ୟରୁ 777.27 ସ୍କୋୟାର କି. ମି ସଂରକ୍ଷିତ ଜଙ୍ଗଲ ଅଟେ। ଏହି ଜିଲ୍ଲାଟି ବିଭିନ୍ନ ଆଦିବାସୀ ଓ ତାଙ୍କର ଉପଜାତି ମାନଙ୍କର ବାସସ୍ଥଳୀ ଅଟେ, ଯେଉଁମାନେ ଆଧୁନିକ ସଂପ୍ରଦାୟର ମୁଖ୍ୟ ସ୍ରୋତରେ ଧୀରେ ଧୀରେ ବିକଶିତ ହେଉଛନ୍ତି। ସଂଖ୍ୟାତ୍ମକ ଦୃଷ୍ଟିରୁ ଜିଲ୍ଲାରେ କନ୍ଧ ଉପଜାତି ଗୁଡିକ ହେଉଛନ୍ତି ପ୍ରମୁଖ ଆଦିବାସୀ। ତୃତୀୟ ସ୍ଥାନରେ ସୌରା ଆଦିବାସୀଙ୍କର ସଂଖ୍ୟା ଅଟେ।
କନ୍ଧ
ଏକଦା ବ୍ରିଟିଶ ଉପନିବେଶବାଦ ସମୟରେ ମଣିଷ ବଳି ପାଇଁ ବଦନାମ ହୋଇଥିବା କନ୍ଧ ମାନଙ୍କୁ ପ୍ରୋଟୋ –ଅସ୍ତ୍ରାଲୋଏଡ ବର୍ଣ୍ଣରୁ ଆସିଥିବା କୁହାଯାଏ। ସେମାନଙ୍କର ଏକ ବିଶେଷ ଭାଷା ‘କୁଇ’ ଅଟେ ଯାହାର କିଛି ଲିଖିତ ଲିପି ନାହିଁ। ସେମାନେ ସମାନ୍ତରାଳ ଭୂମିରେ ବସବାସ କରିଥାନ୍ତି ଓ ଜଙ୍ଗଲ ପରିବେଶ ସହିତ ବେଶ ପରିଚିତ। ଶିକ୍ଷା, ସ୍ୱାସ୍ଥ୍ୟ, ବୃକ୍ଷରୋପଣ ଓ ଜଳସେଚନ କ୍ଷେତ୍ରରେ ବିକାଶ ହେତୁ କନ୍ଧମାନେ ଅନେକାଂଶରେ ଆଧୁନିକ ସଭ୍ୟତାକୁ ଆପଣାଇଲେଣି। ସମୟର ଗତିରେ ସେମାନଙ୍କ ପରମ୍ପରାଗତ ଜୀବନ ଶୈଳୀ, ପୋଷାକ ପରିପାଟୀ, ରାଜନୈତିକ ସଂଗଠନ, ମୂଲ୍ୟବୋଧ ଏବଂ ବିଶ୍ଵବୋଧରେ ଅନେକ ପରିବର୍ତ୍ତନ ହୋଇଛି।
କନ୍ଧ ଆଦିବାସୀମାନଙ୍କର ଉପ ଆଦିବାସୀ ହେଉଛନ୍ତି ‘ଡୋଙ୍ଗରିଆ କନ୍ଧ’। ସେମାନେ ରାୟଗଡା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କିଛି ଭାଗରେ ନିୟମଗିରି ପର୍ବତରେ ବସବାସ କରନ୍ତି। ସେମାନେ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡାରେ ଅଧିକ ବସବାସ କରନ୍ତି । ସେମାନଙ୍କୁ ଡୋଙ୍ଗର (ପର୍ବତ) ର ଡୋଙ୍ଗରିଆ ବା ନିବାସୀ କୁହାଯାଏ। ସେମାନେ ଉଚ୍ଛସ୍ଥାନରେ ନିଜର ଆର୍ଥିକ ଅବଶ୍ୟକତା ପୂରଣ ପାଇଁ ବସବାସ କରିବାକୁ ପସନ୍ଦ କରନ୍ତି। ସେମାନେ ଆଦିମ ଆଦିବାସୀ ଓ ରାଜ୍ୟର 13ଟି ଆଦିବାସୀ ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଘୋଷଣା କରାଯାଇଛି।
ଜିଲ୍ଲାରେ ଅନ୍ୟ ଆଦିବାସୀ ସଂପ୍ରଦାୟ ମଧ୍ୟ ଅଛନ୍ତି ମାତ୍ର ସେମାନଙ୍କ ସଂଖ୍ୟା ନଗଣ୍ୟ। କିନ୍ତୁ ଏମାନେ ମଧ୍ୟ ଜିଲ୍ଲାର ପାରସ୍ପରିକ ସଂସ୍କୃତିକୁ ପରିଭାଷିତ କରନ୍ତି।
ଓଡିଶାର ଜାତୀୟ ସାଂସ୍କୃତିକ ମାନଚିତ୍ରରେ ଦୁଇଟି ଜନଜାତି ସେମାନଙ୍କର ଶିକ୍ଷାରେ ପଛୁଆ। ମାତ୍ର ସେମାନେ ପାରମ୍ପରିକ ସାଂସ୍କୃତିକ ପରିଚୟ ପାଇଁ ବିଶେଷ ଭାବରେ ପରିଚିତ। ପ୍ରଥମରେ ‘କନ୍ଧ’ ଆଦିମ ଆଦିବାସୀ ଯେଉଁମାନେ ଜିଲ୍ଲାରେ ସମସ୍ତ ବ୍ଲକରେ ବସବାସ କରନ୍ତି। ସେମାନେ ବହୁ ସଂଖ୍ୟାରେ ରାୟଗଡା, ମଣିପୁର, କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡା ବ୍ଲକରେ ବସବାସ କରିଥାନ୍ତି। ଦ୍ୱିତୀୟରେ ‘ସୌରା’ ବା ‘ଲାଞ୍ଜିଆ ସୌର।’ । ସେମାନଙ୍କ ପୋଷାକ ପରିପାଟିରେ ଅଣ୍ଟାରେ ପିନ୍ଧୁଥିବା କପଡା ତଳକୁ ଓହଳି ଗୋଟାଏ ଲାଞ୍ଜ ପରି ଦେଖାଯାଏ। ସେଥିପାଇଁ ସେମାନଙ୍କୁ ଲାଞ୍ଜିଆ ସୌରା କୁହାଯାଏ। ସେମାନେ ଗୁଣୁପୁର, ପଦ୍ମପୁର ଏବଂ ଗୁଡାରି ବ୍ଲକରେ ବସବାସକରନ୍ତି। ସେମାନେ ପଟ୍ଟାସିଂଗି ଅଞ୍ଚଳରେ ଅଧିକ ଦେଖାଯାନ୍ତି। ଏହି ସ୍ଥାନଟି ଗୁଣୁପୁର NAC ଠାରୁ 25 କି.ମି ଦୂରରେ ଅବସ୍ଥିତ। ଯଦିଓ ସେମାନେ ଆଧୁନିକ ସଂସ୍କୃତିକୁ ଆପଣାଉଛନ୍ତି ତଥାପି କିଛି ଗ୍ରାମପଞ୍ଚାୟତ ଯଥା ରେଜିଙ୍ଗଟାଳ, ସଗଡା ଏବଂ ପଟ୍ଟାସିଂଗି ରେ ସୌରାମାନେ ସେମାନଙ୍କର ପ୍ରଥା ଓ ପରମ୍ପରାକୁ ବଜାୟ ରଖିଛନ୍ତି।