ବନ୍ଦ କରନ୍ତୁ

ରାୟଗଡ଼ ସମ୍ବନ୍ଧରେ

ପୁରାତନ ଐତିହାସିକ ଦୃଷ୍ଟିକୋଣରୁ ରାୟଗଡା ଜିଲ୍ଲା, ଓଡିଶାରେ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହାର ସୃଷ୍ଟି 1992 ମସିହା ଅକ୍ଟୋବର ମାସ ଦୁଇ ତାରିଖ ହୋଇଥିଲା। ମାତ୍ର ତାର ଅବସ୍ଥିତି ତାମ୍ର ଯୁଗ ଓଲୌହ ଯୁଗ ଆରମ୍ଭରୁ ବିଖ୍ୟାତ। ଲାଙ୍ଗୁଳି ନଦୀ ଓ ବଂଶଧାରା ନଦୀର ମଧ୍ୟ ଭାଗରେ ଥିବା ପାହାଡିଆ ଅଞ୍ଚଳ, ସମ୍ରାଟ ଅଶୋକଙ୍କ ଦୃଷ୍ଟିରେ ଆସିଥିଲା। ତୃତୀୟ ଶତାବ୍ଦୀ ବି॰ସିରେ କଳିଙ୍ଗ ସମ୍ରାଟ ଅଶୋକଙ୍କ ଶାସନ ଚାଲୁଥିଲା। ଦୁଇଟି ନଦୀ ମଧ୍ୟରେ ଥିବା ଏହି ପାହାଡିଆ ଅଞ୍ଚଳଟି ବିଭିନ୍ନ ପ୍ରକାର ଗରମ ମସଲା ପାଇଁ ଖ୍ୟାତ ଥିଲା। ଏହା ଆନ୍ଧ୍ର ପ୍ରଦେଶର ଐତିହାସିକ ସାମୟିକ ପତ୍ରିକା 27 ତମ ସଂସ୍କରଣ ର ପୃଷ୍ଠା 46ରେ ଲିପିବଦ୍ଧ ହୋଇଅଛି।

ମାନଧାତା ରାଜାଙ୍କ ଅମଳରେ ଏହି ଅଞ୍ଚଳ ଉପରେ ବ୍ରାହ୍ମୀ ଭାଷାରେ ପଥରରେ ଖୋଦିତ ହୋଇ ଅନେକ ତଥ୍ୟ ଲିପିବଦ୍ଧ ହୋଇ ରହିଛି। ସମ୍ରାଟ ସମୁଦ୍ରଗୁପ୍ତଙ୍କ ରାଜୁତି ସମୟରେ କଳିଙ୍ଗ ସମ୍ରାଟ ଖାରବେଳଙ୍କ ଦ୍ଵାରା ସେ ଚୌପାଗଡ ଯୁଦ୍ଧରେ ପରାଜିତ ହୋଇଥିଲେ। ଏହି ତଥ୍ୟ ମହାମନ୍ତ୍ରୀ ହରିସେନାଙ୍କ ଦ୍ଵାରା ଆହ୍ଳାବାଦରେ ମିଳିଥିବା ପଥରରେ ଖୋଦିତ ହୋଇ ରହିଛି। ରାୟଗଡା ନିକଟରେ ଅବସ୍ଥିତ ଚମ୍ପିକୋଟାରୁ ଐତିହାସିକ ମହାକାଳ ଭୈରବ ଓ ମାଟିରେ ନିର୍ମିତ ଦୁର୍ଗର ଭଗ୍ନାବଶେଶରୁ ପୁରାତନ ଚମ୍ପାଗଡ ଦୁର୍ଗ ଥିବାର ପ୍ରତୀୟମାନ ହୁଏ। ଏହି ବିଷୟଟି ପାଟଳେଶ୍ଵର ମନ୍ଦିରରେ ଥିବା ପଥରରେ ବ୍ରାହ୍ମୀ ଭାଷାରେ ଲିଖିତ ହୋଇ ରହିଛି ।

ଏହିଭଳି ଭାବରେ ପାଟଳେଶ୍ଵର ମନ୍ଦିର ନିକଟରୁ ମିଳିଥିବା ପଥରରେ ଖୋଦିତ ସାହିତ୍ୟରୁ ଲାଙ୍ଗୁଳିନଦାର ଅବସ୍ଥିତ ବିଷୟରେ ଅନେକ କିଛି ତଥ୍ୟ ମିଳିଛି। 1519ରେ ଯେତେବେଳେ ରାଜା ମୁକୁନ୍ଦ ଦେବ ଗୋହେରା ଟିକ୍ରିରେ ପରାଜିତ ହୋଇଥିଲେ ସେତେବେଳେ ଏହି ଅଞ୍ଚଳଟି ବାହାମନୀଶଙ୍କ ଅଧୀନକୁ ଆସିଥିଲା । ତାପରେ ଏହା ନନ୍ଦପୁର ରାଜାଙ୍କ ଅଧୀନରେ 47 ବର୍ଷ ଧରି ରହିଥିଲା। ହଶିନ ଖାନଙ୍କ ଦ୍ଵାରା ପରାଜିତ ହୋଇ ମୃତ୍ୟୁବରଣ କରିଥିବା ବିଶ୍ଵମ୍ବର ଦେବ ସମ୍ଭବତଃ ରାୟଗଡାର ତୃତୀୟ ରାଜା ଥିଲେ। ଦେବୀ ମଝିଘରିଆଣୀଙ୍କ ସତୀକୁଣ୍ଡ ଓ ମାଟିରେ ନିର୍ମିତ ଦୁର୍ଗ ଏହାର ମୁକସାକ୍ଷୀ ରୂପେ ପ୍ରତୀୟମାନ। ପରେ ଏହା ବିଜୟନଗରମ୍ ର ତହସିଲ ବୋବିଲିଅଞ୍ଚଳରେ ରହିଥିଲା । ପରେ ଇଂରେଜ ଶାସନ ସମୟରେ ସ୍ଵାଧୀନତା ପର୍ଯ୍ୟନ୍ତ ରାୟଗଡାଜୟପୁର ଜମିଦାରୀ ଅଧୀନରେ ରହିଥିଲା।