ଯୋଜନା ଓ ପର୍ଯ୍ୟବେକ୍ଷଣ
ଯୋଜନା କାର୍ଯ୍ୟକ୍ରମ ଉପରେ ସଂକ୍ଷିପ୍ତ ବିବରଣୀ
ବିଜୁ କେବିକେ ପ୍ଲାନ (KBK)ପ୍ଲାନ
ସରକାରଙ୍କର ବଢୁଥିବା ଚେଷ୍ଟା ଏବଂ ସଂଶୋଧିତ ଦୀର୍ଘାବଧି ଆକ୍ସନ ପ୍ଲାନ / କାର୍ଯ୍ୟପ୍ଲାନ ଏବଂ KBK(କୋରାପୁଟ-ବଲାଙ୍ଗିର-କଳାହାଣ୍ଡି) କ୍ଷେତ୍ରରେ ବଢୁଥିବା ସାର୍ବଜନିନ ବିନିଯୋଗରେ ଗତିଶୀଳତା ବଜାଇରଖିବାପାଇଁ ରାଜ୍ୟ ସରକାର ରାଜ୍ୟ କାର୍ଯ୍ୟ ଯୋଜନାରେ ଗୋଟିଏ ନୂଆ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି I ଯାହାର ନାମ “ବିଜୁ କେବିକେ ପ୍ଲାନ”( The Biju KBK Plan) ଯାହା ଓଡିଶାର ପୂର୍ବତନମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ସ୍ଵରୂପକରାଯାଇଛି , ଯେ କି ପ୍ରଥମେ କେବିକେ KBK କ୍ଷେତ୍ରର ବିକାଶ ପାଇଁ ଦୀର୍ଘାବଧି ଉପାୟମାନ ସ୍ପଷ୍ଟଭାବରେ ଜାଣିପାରିଥିଲେ I
ବିଜୁ କାର୍ଯ୍ୟଯୋଜନା ଅଧିନରେ ସାର୍ବଜନୀନ ବିନିଯୋଗ ଏବଂ ଜିଲ୍ଲା କାର୍ଯ୍ୟଯୋଜନାକୁ ସୁଧାରିବା ଲକ୍ଷ୍ୟ ନେଇ ସରକାର ନିମ୍ନୋକ୍ତ ୩ଟି କ୍ଷେତ୍ରକୁ ପ୍ରାଥମିକତା ତେଇଛନ୍ତି I ଯେପରିକି ବିଜୁଳି(ଯାହା ଗ୍ରାମ/ଗ୍ରାମିଣବିଦ୍ୟୁତିକରଣ ଏବଂ ପଥ ପାର୍ଶ୍ବ ଆଲୋକୀ କରଣ), ସଡକ (ଯାହାକଲଭଟ ନିର୍ମାଣ, ପୋଲ) ଏବଂ ପାଣି (ଜଳ ସେଚନ ଏବଂ ପାନୀୟ ଜଳର ସ୍ରୋତ ତିଆରି କରିବା) ଆଦିI ତଥାପି ବିଜୁ କେବିକେ ( Biju KBK) ପ୍ଲାନ ଅଧିନରେ ଅନ୍ୟ ଦରକାରି ଯୋଜନା ଗୁଡିକ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦାବି ଉପରେ ନିଆଯାଇପାରେ I
ଯୋଜନାର ଲକ୍ଷ୍ୟ
ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ଗୁଡିକ ନିମ୍ନରେ ଦିଆଗଲା I
- ଆର୍ଥିକ,ସାମାଜିକ ଏବଂ ମାନକ ବିକାଶ ପାଇଁ ସୁଯୋଗ ଆଣିବା I
- ଦାରିଦ୍ର ଦୂରୀକରଣକୁ ତୀବ୍ରତ୍ତର କରିବା I
- ଜନ ସାଧାରଣଙ୍କର ଜୀବନଧାରାକୁ ବିକଶିତ କରିବା I
- ଗ୍ରାମୀଣ ଲୋକଙ୍କୁ ଏକତ୍ରିତକରି ସଶକ୍ତି କରଣ କରିବା I
- BRGF ଅଧିନରେ ବାକି ରହିଯାଇଥିବା ଅନେକ ଗୁଡିକ ମଧ୍ୟ ଏହି ଯୋଜନାରେ ସମ୍ମିଳିତ କରାଯାଇଅଛି I
ବିଜୁ କେବିକେ ଯୋଜନା ଏହି ଜିଲ୍ଲାରେ ଆଂଶିକ ଭାବେ ୨୦୦୬-୦୭ ରେ ୨୫୦ ଲକ୍ଷ ଟଙ୍କାରେକାର୍ଯ୍ୟକାରୀ କରାଯାଇଥିଲା I ୨୦୦୭-୦୮ ରୁ ୨୦୧୭-୧୮ ମସିହା ପର୍ଯ୍ୟନ୍ତ ପୂର୍ଣ୍ଣଭାବରେ ବାର୍ଷିକ୧୬୫୦ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯାଇଅଛି I ୨୦୦୮-୦୯ ବର୍ଷଠାରୁ ଏହି ଯୋଜନା ଆବଣ୍ଟନ ଅନୁଯାୟୀ ୨ ଭାଗରେ ବିଭକ୍ତ କରାଯାଇ ଅଛି I ଗୋଟିଏ ହେଉଛି ରାଜ୍ୟ ବିଜୁ କେବିକେ ଯୋଜନା ଯାହା ୧୧୦୦ ଲକ୍ଷ ଟଙ୍କାର ଅଟେ ଏବଂ ଅନ୍ୟଟି ବିଜୁ କେବିକେ ଯୋଜନା (ଜିଲ୍ଲା ସ୍ଥରୀୟ) ଯାହାର ଖର୍ଚ୍ଚ ୫୫୦ ଲକ୍ଷ ଟଙ୍କା I
ଉତ୍ତମ ଭାବରେବିଚାର ବିମର୍ଷ କଲାପରେ ସରକାର ଉତ୍ସାହିତ ହୋଇ ଦିଆଯାଇଥିବା ନିୟମାବଳୀରେ ସଂଶୋଧନ କରି ଏହି Biju KBK ଯୋଜନାକୁସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ଯାହା ୨୦୧୪-୧୫ ଠାରୁ୧୬୫୦ ଲକ୍ଷଟଙ୍କାରେ ନେଇ କାର୍ଯ୍ୟକାରି ହେଉଛିI ଏହାମଧ୍ୟ ପରିକଳ୍ପନା କରାଯାଇ ଅଛି ଯେ, ବିଜୁ କେବିକେ ଯୋଜନାରାଜ୍ୟ ସରକାରଙ୍କ ଅଧିନସ୍ଥ ବିଭିନ୍ନ ବିଭାଗ ଜରିଆରେ କାର୍ଯ୍ୟକାରି କରାଯିବ I ଏହା ମଧ୍ୟ ନିର୍ଦ୍ଧାରିତ ହୋଇ ଅଛି ଯେ ସମ୍ବନ୍ଧିୟ ବିଭାଗକୁ ଅଧିକାରୀ ଏବଂ ଜିଲ୍ଲା ଉନ୍ନୟନ ଅଧିକାରୀ (BDO) ମାନଙ୍କୁ ଜନ ପ୍ରତିନିଧି ଏବଂ PRI ପିଆର ଆଇ ସଦସ୍ୟ ମାନଙ୍କ ମହିତ ବିଚାର ବିମର୍ଷକରି ଏହାର କାର୍ଯ୍ୟକାରିତା ଲକ୍ଷ୍ୟ, ରଣନୀତି, ତଥା ଫଳାଫଳକୁ ଦୃଷ୍ଟିରେରଖି ବିଜୁଯୋଜନା ତିଆରି କରିବା ପାଇଁ କୁହାଯାଇଅଛି I
ବିଜୁ କେବିକେ ଯୋଜନାରେ ପାଣି ବିଜୁଳି ଏବଂ ସଡକ ସହିତ ନିମ୍ନୋକ୍ତ କିଛି ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଅଛି ଏବଂ ଏଥିପାଇଁ ବ୍ୟୟ ବରାଦ ମଧ୍ୟ ହୋଇଛି I
- ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବସ୍ଥା ଯେପରି – ରୋଷେଇଶାଳ, ଖାଉଥିବା ସ୍ଥାନ ତଥା ମଧ୍ୟାହ୍ନ ଭୋଜନ ସମ୍ବଧିତ ସରଞ୍ଜାମ, ବାସନ/ କୁସନ/ ହଁଡା/ ହାଣ୍ଡି ଇତ୍ୟାଦି।
- TSP ବ୍ଲକରେ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକତା।
- ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ଆବାସିକ ବିଦ୍ୟାଳୟ ଗୁଡିକରେ ପିଇବା ପାଣି ଓ ପାଇଖାନାର ସୁବିଧା।
- ଗମନା-ଗମନ- ସଂଚାରରେ ଥିବା ଫାଙ୍କ / Gap କୁ ଦୂର କରିବା ପାଇଁ ପୋଲ ।
- ବିଜୁଳି ବିହୀନ ଗ୍ରାମ ଗୁଡିକୁ ସୌର୍ୟ୍ୟ ଲଣ୍ଠନ ବଣ୍ଟନ
- ଜନସେବାକୁ ଆହୁରି ଉନ୍ନତ କରିବା ପାଇଁ ଅଭିନବ ଯୋଜନା ପ୍ରସ୍ତୁତ କରିବା।
ଏମଏଲଏ ଲ୍ୟାଡ ନିଧି (MLALAD Funds)
ରାଜ୍ୟରେ ୧୯୯୭-୯୮ ବର୍ଷ ଠାରୁ ବିଧାୟକମାନଙ୍କର ସ୍ଥାନୀୟ ବିକାଶ ନିମନ୍ତେ MLALAD Fund (ଏମଏଲଏ ନିଧି) କାର୍ଯ୍ୟକାରି ହୋଇଛି। ଏହି ଯୋଜନାରେ ବିଧାନ ସଭା ଆସନକୁ ପ୍ରତିବର୍ଷ ରାଜ୍ୟ ବଜେଟ ପ୍ଳାନ ଅନୁସାରେ ନିଧି ଆବଣ୍ଟନ କରାଯିବ। ରାଜ୍ୟର ସମ୍ପଦ ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ମୁତାବକ ପରିବର୍ତ୍ତନ ହୋଇପାରେ। MLALADର ମୂଳ ଲକ୍ଷ୍ୟ ହେଲା ଏହା ଜନସାଧାରଣଙ୍କର ଆବଶ୍ୟକତା ଅନୁସାରେ ଛୋଟ କିମ୍ବା ଅତ୍ୟନ୍ତ ଜରୁରୀ ଯୋଜନାରେ ବିନିଯୋଗ କରାଯିବ। ଏହି ନିଧି ଅନ୍ୟାନ୍ୟ କାର୍ଯ୍ୟ ନ କରୁଥିବା ପ୍ଳାନ ଗୁଡିକ, ଯେଉଁଥିପାଇଁ ଅନ୍ୟ କେଉଁ ଯୋଜନା/କାର୍ଯ୍ୟକ୍ରମରୁ ନିଧି ଆବଣ୍ଟନ କରାଯାଇ ପାରିବ ନାହିଁ,ସେପରି ଯୋଜନାଗୁଡିକ ପାଇଁ ମଧ୍ୟ ବିନିଯୋଗ ହୋଇ ପାରିବ।
ବର୍ଷ ୨୦୦୮ – ୨୦୦୯ ପର୍ଯ୍ୟନ୍ତ ଏଠାରେ ଦୁଇଟି ପୂର୍ଣ୍ଣ ନିର୍ବାଚନ କ୍ଷେତ୍ର ଅଛି– ଗୁଣୁପୁର (୧୦୦%) ଏବଂ ବିଷମ କଟକ (୧୦୦%) ଏବଂ ଦୁଇଟି ଖଣ୍ଡ ନିର୍ବାଚନ କ୍ଷେତ୍ର ରହିଛି ଯଥା ରାୟଗଡା (୮୫%) ଏବଂ ଲକ୍ଷ୍ମୀପୁର (୫୪%) ନିର୍ବାଚନ ମଣ୍ଡଳୀର ଅପସାରଣ ପରେ ଜିଲ୍ଲାରେ ଏବେ ୩ଟି ବିଧାନସଭା ଆସନ ଅଛି। ଯଥା – ୧୩୮ ଗୁଣୁପୁର,୧୩୯ ବିଷମକଟକ, ୧୪୦ ରାୟଗଡା । ସମ୍ବଧିତ ବିଧାୟକମାନଙ୍କଠାରୁ ଯୋଜନା ପ୍ରସ୍ତାବର ବ୍ୟୟ ବରାଦ ମିଳିବା ପରେ ସେଗୁଡିକୁ ନାମାନୁସାରେ ଏମଏଲଏ ପାଣ୍ଠି ଆବଣ୍ଟନର ନିୟମାନୁଯାୟୀ ସଂଶାଧିତ ଓ ଛାନବିନ କରାଯାଏ ତଥା କଲେକ୍ଟରଙ୍କ ପାଖକୁ ନିଆଯାଏ ଏବଂ ସେ ବ୍ୟୟ ବରାଦ ପାଇଁ ସମସ୍ତ ସ୍ବୀକୃତି ପ୍ରାପ୍ତ ଯୋଜନା ଗୁଡିକର ଖର୍ଚ୍ଚ ବରାଦି ମାଗିଥାନ୍ତି। ଅନୁମୋଦିତ ଯୋଜନା ଗୁଡିକ ଜିଲ୍ଲା କଲେକ୍ଟରଙ୍କ ଦ୍ଵାରା ବିଡିଓ ଓ ନିଷ୍ପାଦକ ଏଜେନ୍ସି ମାନଙ୍କ ପାଇଁ ପ୍ରଶାସନିକ ଅନୁମୋଦନ ନିଆଯାଇଥାଏ। ମନେକର ଗୋଟିଏ ଯୋଜନାର ଖର୍ଚ୍ଚ ୧୦ଲକ୍ଷ ଟ॰ ହେଲା ତାହେଲେ ବିଡିଓ ମାନଙ୍କ ଦ୍ଵାରା ହିଁ ପ୍ରଶାସନିକ ଅନୁମୋଦନ ନିଆଯାଇଥାଏ। ପ୍ରଶାସନିକ ଅନୁମୋଦନ ପରେ ଏଜେନ୍ସିମାନଙ୍କୁ କାର୍ଯ୍ୟ କରିବାକୁ ପାଣ୍ଠି ଦିଆଯାଇଥାଏ। ବର୍ଷ ୨୦୧୩-୧୪ ଠାରୁ ପ୍ରତି ନିର୍ବାଚନ ମଣ୍ଡଳୀ ପିଛା ୧୦୦.୦୦ ଲକ୍ଷ ହିସାବରେ ୩୦୦.୦୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ ଅଛି। ଗୋଷ୍ଠୀ କେନ୍ଦ୍ର/ ସଂଚାର ସୁବିଧା, ପରିଚିତ ଶିକ୍ଷାନୁଷ୍ଠାନର କୋଠା ନିର୍ମାଣ, ଜଳ ସେଚନ, ବିଦ୍ୟୁତ ଯୋଗାଣ, ଧାର୍ମିକ ଅନୁଷ୍ଠାନ ଯାହା ସରକାରୀ ରେକର୍ଡ ଅନୁସାରେ ଜମି ନିଜ ନାମରେ ଥିବା, ଆଦି ସଂସ୍ଥା ଗୁଡିକର ପୁନରୁଦ୍ଧାର, ନିର୍ମାଣ / ମରାମତି ଆଦି କାର୍ଯ୍ୟ ଏହି ଯୋଜନାରେ କରାଯାଇଥାଏ।
ଏମପି ଲ୍ୟାଡ (MPLADS)
ସାଂସଦମାନଙ୍କୁ ତାଙ୍କର ନିର୍ବାଚନ କ୍ଷେତ୍ରରୁ ଛୋଟମୋଟ ଜରୁରୀ କାର୍ଯ୍ୟ ପାଇଁ କୁହାଯାଉଥିବାରୁ ତଥା ଏଥିନେଇ ସାଂସଦମାନେ ମଧ୍ୟ ନିଜ ନିଜର ନିର୍ବାଚନ ମଣ୍ଡଳୀର କାର୍ଯ୍ୟ କରାଇବା ପାଇଁ ଦାବି କରିବାରୁ ପ୍ରଧାନମନ୍ତ୍ରୀ ୨୩ ଡିସେମ୍ବର ୧୯୯୩ ରେ ସାଂସଦ ସ୍ଥାନୀୟ ବିକାଶ ପାଣ୍ଠି (MPLADS) ଯୋଜନାର ଶୁଭାରମ୍ଭ କଲେ। ଏହି ଯୋଜନା ଅନୁଯାୟୀ ପ୍ରତ୍ୟେକ ସାଂସଦ ନିଜ ନିଜର ନିର୍ବାଚନ ଅଧିକାର କ୍ଷେତ୍ରରେ କାମ କରାଇବା ପାଇଁ ଜିଲ୍ଲା ମୁଖ୍ୟଙ୍କୁ ବାର୍ଷିକ ୫ କୋଟି ଟଙ୍କାର କାର୍ଯ୍ୟ ପାଇଁ ପ୍ରସ୍ତାବ / ସୁପାରିଶ କରିପାରିବେ। ସମ୍ବଧିତ ସାଂସଦମାନଙ୍କ ଠାରୁ ଯୋଜନା ପ୍ରସ୍ତାବର ବ୍ୟୟ ବରାଦ ମିଳିବା ପରେ ସେଗୁଡିକ ସାଂସଦ ପାଣ୍ଠି ଆବଣ୍ଟନର ନିୟମାନୁଯାୟୀ ସଂଶୋଧିତ ଓ ଛାନବିନ କରାଯାଏ ତଥା କଲେକ୍ଟରଙ୍କ ପାଖକୁ ନିଆଯାଏ ଏବଂ ସେ ବ୍ୟୟ ବରାଦ ପାଇଁ ସମସ୍ତ ସ୍ଵୀକୃତି ପ୍ରାପ୍ତ ଯୋଜନା ଗୁଡିକର ଖର୍ଚ୍ଚ ବରାଦ ମାଗିଥାନ୍ତି। ଅନୁମୋଦିତ ଯୋଜନା ଗୁଡିକର ଜିଲ୍ଲା କଲେକ୍ଟରଙ୍କ ଦ୍ଵାରା ବିଡିଓଙ୍କ ବ୍ୟତୀତ ନିଷ୍ପାଦକ ଏଜେନ୍ସି ମାନଙ୍କ ପାଇଁ ଅନୁମୋଦନ ନିଆଯାଇଥାଏ। ମନେକର ଗୋଟିଏ ଯୋଜନାର ଖର୍ଚ୍ଚ ୧୦.୦୦ଲକ୍ଷ ରୁ କମ ହେଲା ତା’ହେଲେ ବିଡିଓ ମାନଙ୍କ ଦ୍ଵାରା ହିଁ ପ୍ରଶାସନିକ ଅନୁମୋଦନ ନିଆଯାଇଥାଏ। ପ୍ରଶାସନିକ ଅନୁମୋଦନ ପରେ ନିଷ୍ପାଦକ ଏଜେନ୍ସି ମାନଙ୍କୁ କାର୍ଯ୍ୟ କରିବାକୁ ପାଣ୍ଠି ଦିଆଯାଇଥାଏ।