ବନ୍ଦ କରନ୍ତୁ

ପସନ୍ଦ ସ୍ଥାନ

ରାୟଗଡ଼ ଜ଼ିଲ୍ଲାର ପସନ୍ଦ ସ୍ଥାନ

ମା ମାଝିଘରିଆଣୀ ମନ୍ଦିର

ମା ମାଝିଘରିଆଣୀ ମନ୍ଦିର, ରାୟଗଡ଼

ମା ମାଝିଘରିଆଣୀ ମନ୍ଦିର ଦକ୍ଷିଣ ଓଡିଶା ତଥା ଆନ୍ଧ୍ରପ୍ରଦେଶ ର ଏକ ପ୍ରମୂଖ ପୀଠସ୍ଥଳୀ ଅଟେ. ବିଶେଷ କରି ଅଭିଵକ୍ତ କୋରାପୁଟ ଜ଼ିଲ୍ଲା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ ରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏହି ପୀଠସ୍ଥଳୀ କୁ ମା’ ଙ୍କ ଦର୍ଶନ ସକାଶେ ଆସିଥାନ୍ତି. ଏଠାରେ ମା’ ଙ୍କ କେବଳ ମୂଖ ଭାଗଟି ହିଁ ପୂଜାପାଏ. ମା’ଙ୍କ ଭକ୍ତ ଙ୍କର ଭିଡ ବିଶେଷ କରି ରବିବାର, ବୁଧବାର ଓ ଶୁକ୍ରବାର ଦିନ ଦେଖିବାକୁ ମିଳିଥାଏ. ମା’ଙ୍କ ଚୈତ୍ର ପର୍ବ ଏହି ପୀଠ ର ଏକ ବିଶେଷ ଏବଂ ପ୍ରସିଦ୍ଧ ପର୍ବ ଅଟେ ଯାହାକି ପ୍ରତି ବର୍ଷ ଚୈତ୍ର ମାସ( ମାର୍ଚ୍ଚ-ଅପ୍ରେଲ) ରେ ପାଳନ କରା ଯାଏ.

ଲକ୍ଷ୍ମୀନାରାୟଣ ମନ୍ଦିର

ଲକ୍ଷ୍ମୀନାରାୟଣ ମନ୍ଦିର, ରାୟଗଡ଼

ଥେରୁବାଲି ସ୍ଥିତ IMFA ପରିସର ରେ ଥିବା ଲକ୍ଷ୍ମୀନାରାୟଣଙ୍କ ର ଏକ ପ୍ରସିଦ୍ଧ ଭବ୍ୟ ମନ୍ଦିର ଅଛି ଯେଉଁଠି ଲକ୍ଷ୍ମୀନାରାୟଣଙ୍କ ବ୍ୟତୀତ ହନୁମାନ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବଂ ଭଗବାନ ଶିବ ପୂଜା ପାଉଛନ୍ତି. ମନ୍ଦିର ର ନିର୍ମାଣ ଶୈଳୀ ସହ ପରିସର ରେ ଥିବା ପୁଷ୍ପ ଉଦ୍ୟାନ ଟି ମନ୍ଦିର ର ଶୋଭା ବର୍ଦ୍ଧନ କରୁଛି.

ଝୁଲା ବ୍ରିଜ଼, ଚେକାଗୁଡା

ଝୁଲା ବ୍ରିଜ଼, ଚେକାଗୁଡା, ରାୟଗଡ଼

ରାୟଗଡ଼ ସହର ଉପାନ୍ତ ରେ ଥିବା ଚେକଗୁଡ଼ା ଗାଁ ନିକଟବର୍ତ୍ତୀ ନାଗାବଳୀ ନଦୀ ରେ ଏକ ଝୁଲା ବ୍ରିଜ଼ ର ନିର୍ମାଣ କରାଯାଇଛି ଯାହା ଓଡିଶା ର ଏହି ପ୍ରକାରର ଦ୍ଵିତୀୟ ବ୍ରିଜ଼. ବ୍ରିଜ଼ ଟି ନାଗାବଳୀ ନଦୀର ଉଭୟ ପାର୍ଶ୍ୱରେ ଥିବା ଏହି ବ୍ରିଜ଼ ୧୫୧ମିଟର ଦୀର୍ଘ. ଆଦିବାସୀ ଅଧ୍ୟୁଷିତ ପାଖାପାଖି ୯ଟି ଗ୍ରାମପଂଚାୟତର ୨୦,୦୦୦ ରୁ ଉର୍ଦ୍ଧ ଜନଜାତି ଙ୍କୁ ରାୟଗଡ଼ ସହର ସହ ଯୋଡ଼ିବାରେ ଏହି ବ୍ରିଜ଼ ର ଏକ ପ୍ରମୁଖ ଭୂମିକା ରହିଛି. କର୍ଣ୍ଣାଟକ ରେ ସ୍ଥାପିତ ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନର ମୁଖ୍ୟ ଗିରିଶ ଭରଦ୍ୱାଜ ଙ୍କ ଦ୍ଵାରା ଏହି ବ୍ରିଜ଼ ର ଡିଜାଇନ ପ୍ରସ୍ତୁତ କରାଯାଇଛି. ଓଡିଶା ପୋଲିସ ହାଉସିଂ କପୋର୍ରେସନ ଦ୍ଵାରା ଏହି ବ୍ରିଜ଼ ନିର୍ମିତ ହୋଇଛି.

ମୀନାଝୋଲା

ମୀନାଝୋଲା, ରାୟଗଡ଼

ଏହା ରାୟଗଡା ଠାରୁ 134 କି. ମି ଦୂରରେ ଅବସ୍ଥିତ। ଏହା ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ୍ଣ। ଏଠାରେ ତିନୋଟି ନଦୀର ସଙ୍ଗମ ସ୍ଥଳରେ ଏକ ଭବ୍ୟ ଶିବମନ୍ଦିର ଅବସ୍ଥିତ। ଏହା ବନ୍ୟା ପ୍ରାଣୀ ଭରା ଘଞ୍ଚ ଜଙ୍ଗଲରେ ଅବସ୍ଥିତ। ଏହି ସ୍ଥାନ ଶିବରାତ୍ରି ପାଇଁ ପ୍ରସିଦ୍ଧ ଅଟେ। ଯଦିଓ ଏଠାକୁ ସବୁ ଋତୁରେ ଗମନାଗମନର ସୁବିଧା ନାହିଁ ତଥାପି ଏହି ସ୍ଥାନଟି ଦର୍ଶନୀୟ ଅଟେ। ରାୟଗଡା ଓ ଗୁଣୁପୁରରୁ ଗୁଡାରି ପର୍ଯ୍ୟନ୍ତ ନିୟମିତ ବସର ସୁବିଧା ଅଛି। ଅବଶିଷ୍ଟ 25 କି. ମି ଗାଡିରେ ଯାଇ ହେବ।

ଚାଟିକଣା

ଚାଟିକଣା, ରାୟଗଡ଼

ଏହି ସ୍ଥାନଟି ରାୟଗଡା ଠାରୁ 48 କି. ମି ଦୂରରେ ଘାଟି ଓ ବିଭିନ୍ନ ପାହାଡ ପରିବେଷ୍ଟିତ। ମହାଦେବ ମନ୍ଦିର ଦର୍ଶନ ପାଇଁ ଏଠାକୁ ଭକ୍ତମାନେ ଆସିଥାନ୍ତି। ଏଠାରେ ପିକନିକ କରିବାକୁ ଆସୁଥିବା ଲୋକଙ୍କ ପାଇଁ ସୁନ୍ଦର ଝରଣା ଅତ୍ୟନ୍ତ ମନୋମୁଗ୍ଧକର ଅଟେ। ଶିବରାତ୍ରିରେ ଏଠାରେ ଭଗବାନ ଶିବଙ୍କର ବହୁବିଧ ପୂଜା ଅର୍ଚ୍ଚନା କରାଯାଏ। ଚଟିକୋଣାର ଡୋଙ୍ଗରିଆ କନ୍ଧ ଜାତି ଆଦିବାସୀ ଜନଜାତି ଅନ୍ତର୍ଭୁକ୍ତ।