ବନ୍ଦ କରନ୍ତୁ

ଗ୍ରାମୀଣ ଜଳ ଓ ପରିମଳ

ରାଜ୍ୟର ରାଜଧାନୀ ଭୂବନେଶ୍ବର ଠାରୁ ୪୫୦ କି.ମି ଦୂରରେ ଅବସ୍ଥାପିତ ପୂର୍ବକୁ ୧୯.୧୭୧୦ ଅକ୍ଷାଂଶରେ ପଶ୍ଚିମକୁ ଏବଂ ୮୩.୪୧୬୦ ଦ୍ରାଘିମାରେ ଉତ୍ତରକୁ ଲମ୍ବିଛି I ଏହି ଜିଲ୍ଲାର ଭୌଗୋଳିକ ସୀମା କିଛିଟା ସମତଳଭାଗ ଛାଡିଦେଲେ ପ୍ରାୟତଃ ସମସ୍ତ ଅଞ୍ଚଳ ପାହାଡିଆ I ଏହି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଅବିଭକ୍ତକେବିକେ ଜିଲ୍ଲାରୁ ଗୋଟିଏ I ଏହି ଜିଲ୍ଲାରେ ଉପରି ଜଳଭାଗତୁଳନାରେ ବହୁତ୍ତ ଭୂତଳ ଜଳଭାଗ ରହିଛି I କାରଣ ପିଇବା ପାଣି ପାଇଁ ଉପରି ଜଳଭାଗ ଉପରେ ୩% ନିର୍ଭର କରିଥାଏ I
ଭୁତଳ ଜଳସ୍ରୋତ ହେଲା ନଳକୂପ / ସ୍ବତ୍ସତା କୂପ / ଖନନ କୂପ କିମ୍ବା ବାହ୍ୟ ବିଜୁଳି ଶକ୍ତି ଦ୍ବାରା ବା ସୂର୍ଯ୍ୟ ଶକ୍ତି ଦ୍ବାରା, ଗଭୀର ନଳକୂପ ଦ୍ବାରା ପାଇପଯୋଗେ ଜଳ ଯୋଗାଣ (ସୂର୍ଯ୍ୟ ଶକ୍ତି ଆଧାରିତ ତ୍ବରିତ୍ତ ପମ୍ପ ବା ପ୍ରତିସ୍ଥାପିତ ପମ୍ପ) ହେଉଛି ଜିଲ୍ଲାରେପିଇବା ପାଣିର ମୁଖ୍ୟ ସ୍ରୋତ

ଆଇଟିଡିଏ (ITDA) ଅନ୍ତର୍ଭୁକ୍ତ ସ୍କୁଲ ଏବଂ କଲେଜ୍, ପଞ୍ଚାୟତିରାଜ ସଂସ୍ଥା ଯେପରି ବ୍ଲକ ଅଫିସ୍, ଗ୍ରାମ ପଞ୍ଚାୟତ ଅଫିସ୍ ତଥା ଅନ୍ୟ ସଂସ୍ଥା ଗୁଡିକରେ ନିଜସ୍ବ ଜଳଯୋଗାଣ ପ୍ରକଳ୍ପ ଅଛି I ଏହା ତାଙ୍କ ଦ୍ବାରା ପରିଚାଳିତ ଏବଂ ରକ୍ଷଣା ବେକ୍ଷଣା କରାଯାଇଥାଏ ଏବଂ କିଛି ମାତ୍ରାରେଗ୍ରାମ ଜଳଯୋଗାଣ ଓ ସ୍ବଛ୍ଛତା (RW&SS) ଦ୍ବାରା ମଧ୍ୟ କରାଯାଏ I ସ୍ବାସ୍ଥ୍ୟ ସଂସ୍ଥା ଯେପରିକି ଗୋଣ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର / ସାର୍ବଜନିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ପ୍ରାୟତଃ ନିଜ ନିଜର ଜଳଯୋଗାଣ ବ୍ୟବସ୍ଥା ରହିଛି I ଏବଂ କିଛି କ୍ଷେତ୍ରରେ ଗ୍ରାମିଣ ଜଳଯୋଗାଣ ଏବଂ ସ୍ବତ୍ସତା ଦ୍ବାରା ମଧ୍ୟ ପରିଚାଳନା କରାଯାଏ Iସାରା ଜିଲ୍ଲାରେ ନିର୍ଦ୍ଧିଷ୍ଠସ୍ରୋତ ଉତ୍ସ ଯଥା ନଳ କୂପ ଗୁଡିକଗ୍ରାମୀଣ ଜଳଯୋଗାଣ ଏବଂ ସ୍ବତ୍ସତା ଦ୍ବାରା ପରିଚାଳନା କରାଯାଏ I ଦ୍ବିତୀୟତଃ ଜିଲ୍ଲାର କିଛି ଗ୍ରାମାଞ୍ଚଳରେ ଜଳ ଯୋଗାଣ ଏନଜିଓ (NGO)ଯଥା ଗ୍ରାମ ବିକାସ, ହର୍ଷଟ୍ରଷ୍ଟ,ଓଟିଇଏଲପି (OTELP) ମାନଙ୍କ ଦ୍ବାରା ପରିଚାଳିତ କରାଯାଏ I

ଆଇଟିଡିଏ (ITDA) ଅଧିନରେଥିବା କିଛି ପ୍ରାଧିକରଣ ଯଥା DKDA, LSDA ମାନଙ୍କର ନିଜର ଜଳଯୋଗାଣ ବ୍ୟବସ୍ଥାରହିଛି I କିଛି ଉଦ୍ୟୋଗ ଯେପରି ଟିକିରିସ୍ଥିତ ଉତ୍କଳ ଆଲୁମିନା, କାଶିପୁରର ଗୋଡିମାଳ ଘାଟରୁ ଅନଧିକୃତ ଭାବରେ କୋଡିପାରି ଗ୍ରାମରେ ବନ୍ଧ ଗଢିପ୍ଲାଟ ଓ ପିଇବାପାଣି ଦେଇଥାନ୍ତି I

ଔୌଦୋଗୀକ ବ୍ୟବହାର ଏବଂ ପ୍ଲାଣ୍ଟ ଏରିଆରେ ପିଇବା ପାଣି ପାଇ ଗଭୀର ନଳକୂପ ଦ୍ବାରା ଜଳଯୋଗାଣ I

ସେହିପରି JK ପେପରମିଲସ ନାଗାବଳି ନଦୀରୁ ପ୍ଲାଣ୍ଟ ପାଇଁ ଏବଂ ପିଇବା ପାଇଁ ଜଳ ବ୍ୟବହାର କରିଥାନ୍ତି I ଥିରୁବାଲିର ଇମ୍ଫା (IMFA) ମଧ୍ୟ ଥିରୁବାଲି ଛକରୁ ଘୋଡାନାଳରେ ପ୍ରବେଶ ନଳକୂପ ଦ୍ବାରା ନରଲା ପାଣି ମଧ୍ୟ ବ୍ୟବହାର କରେ I

ସାର୍ବଜନିନ ଜଳଯୋଗାଣ ପ୍ରଣାଳି ଅନେକାଂଶରେ ଗ୍ରାମ ପଞ୍ଚାୟତ ଦ୍ବାରା ମରାମତି ଏବଂ ରକ୍ଷଣା ବେକ୍ଷଣ କରାଯାଏ ଏବଂ କେତେକାଂଶରେ VWSC ଦ୍ବାରା ମଧ୍ୟ କରାଯାଏ I
ଅଦ୍ୟାବଧି ସେଠାରେ ସାର୍ବଜନୀନ ଜଳ ଯୋଗାଣ ପ୍ରଣାଳୀ ଏବଂ SBWS ପ୍ରଣାଳୀ ଏବଂ OTELP ମିଶାଇ ୫୨୬ ଟି ପ୍ରକଳ୍ପଅଛି I ୧୪ଟି ସୂର୍ଯ୍ୟ ଶକ୍ତି ଚାଳିତ ସାର୍ବଜନୀନଜଳଯୋଗାଣ ପ୍ରଣାଳୀ ଏବଂ ୪୫୧ଟି ସୂର୍ଯ୍ୟ ଆଧାରିତ ଦ୍ବତ୍ତପମ୍ପ, ୧୨୫୧୨ ଟି ନିର୍ଦ୍ଧିଷ୍ଟ ସ୍ରୋତ ( ନଳକୂପ / ସ୍ବତ୍ସତା କୂପ ) , ୮୩ଟି OHT/ESR ଏବଂOGR/UGRପ୍ରକଳ୍ପ ଜିଲ୍ଲାରେ କାର୍ଯ୍ୟରତ I
ଚଳିତ ଆର୍ଥିକ ବର୍ଷରେ RIDF ଅଧିନରେ ୪ଟିକୁ ମିଶାଇ ୩୫ଟି ସାର୍ବଜନୀନ ଜଳଯୋଗାଣ ପ୍ରକଳ୍ପ ପ୍ରଣାଳୀ, ୧୩ତମ FCA ଅଧିନରେ ୨ଟି DMF ନିଧି ଅଧିନରେ ୨ଟି ଏବଂ ୧ଟି OSPH&WC, ୧୧୦ଟି ସୌରଚାଳିତ ଦ୍ବୌତପମ୍ପ ୧୮୨ଟି ନିର୍ଦ୍ଧିଷ୍ଟ ସ୍ରୋତ ୧୨ଟି OHT/ESR ଏବଂOGR / UGR ଚାଲୁଅଛିIଏମ॰ଏ॰ଆର॰ଏସ (MaRs) Engineering କୋଲକାତା ଦ୍ବାରା ବିସମ କଟକ ଏବଂ ଗୁଣୁପର ବ୍ଲକର ଯଥାକ୍ରମେ ୧୮ଟି ଗ୍ରାମ ପଞ୍ଚାୟତ ୮୨୩୫୬ ଲୋକ ସଂଖ୍ୟା ଏବଂ (୨୦୧୧ ଜନଗଣନା) ପାଇଁ ମେଗା ଜଳଯୋଗାଣ ପ୍ରଣାଳୀ ନିମନ୍ତେ ଡିପିଆର (DPR) ପ୍ରସ୍ତୁତି ସରିଛି I ଉଭୟ ବ୍ଳକପାଇଁ ଆନୁମାନିକ ଖର୍ଚ ୧୦୯ କୋଟି ଏବଂ ୭୦.୩୪ କୋଟି ହେବ ।

୨୦୧୭-୧୮ ଏବଂ ୨୦୧୮-୧୯ ରେ ପଞ୍ଚାୟତିରାଜ ବିଭାଗର ପତ୍ର ସଂଖ୍ୟା ୧୨୪୮୧/ PR ତା ୧୨-୦୭-୨୦୧୭ ର ନିର୍ଦ୍ଦେଶାବଳି ଅନୁସାରେ ନିମ୍ନୋକ୍ତ ବର୍ଷ ମାନଙ୍କ ପାଇଁ କାର୍ଯ୍ୟଯୋଜନା / ଖସଡା ତିଆରି କରାଯାଇଛି I

ବର୍ଷ ୨୦୧୭-୧୮ ପାଇଁ ସର୍ବୋଚ୍ଚ ପ୍ରାଥମିକତା ନିମ୍ନରେ ଦିଆଯାଇଛି I
ସମସ୍ତ ଜଳାଭାବକୁ ପୁରଣ କରିବା,UPANTA ଏବଂUPANTA ଭଳି ଏବଂ PVTG ନିବାସୀ ମାନଙ୍କ ପାଇଁ

  • ସୂର୍ଯ୍ୟଚିଳିତ ଦ୍ବଇତ ପମ୍ପ – ୫୬ଟି
  • (OSWS) ସୁର୍ଯ୍ୟ ଆଧାରିତ ଜଳଯୋଗାଣ -୬୪ଟି
  • ନଳକୂପ/ସ୍ବଚ୍ଛତା କୂପ / RCC ରିଙ୍ଗ କୂପ / ଝରଣା ଜଳ ସଂଗୃହିତ କୂପ -୭୬ଟି
  • DMF ନିଧିରୁ ଗୋଟିଏ ୬୦୦୦ଲି ବାଲା ଟ୍ରକ ସଂଯୋଜିତ ପାଣିଟାଙ୍କି ଉକ୍ତବର୍ଷ ପାଇଁ କିଣାଯାଇଛିI

ସମସ୍ତ ସାମିଲ ନହୋଇଥିବା ଜିଲ୍ଲା ପଞ୍ଚାୟତ ମୁଖ୍ୟାଳୟକୁ ପାଇପ ଯୋଗେ ଜଳଯୋଗାଣ – ୨୧ଟିରୁ କାସିପୁର ବ୍ଲକର ମନୁସୁଗାଁ ଏବଂ ଚାନ୍ଦପୁର ବ୍ଲକର ତୁରିଗୁଡା କୁ ଏହି ଆର୍ଥିକ ବର୍ଷରେ ସାମିଲ କରାଯିବ, ଯେଉଁଠାରେ ନିର୍ଭରଶୀଳ ସ୍ରୋତ ଦେଖା ଦେଇଛି I
୭ଟି ଅନ୍ୟଗ୍ରାମ ଗୁଡିକ ନିମନ୍ତେ ଜଳଯୋଗାଣ ଯେଉଁଠାରେ ସତତ ସ୍ରୋତ କରାଯାଇଅଛି .
୨୮୬ ଗ୍ରାମ ନିଜକୁ ODF ଘୋଷଣା କରିଛନ୍ତି I ତେଣୁ ଏହି ଆର୍ଥିକ ବର୍ଷରେ ଆମେ ୫୦୦ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ୪୧ଟି ଗ୍ରାମକୁ ଜଳଯୋଗାଣ ବ୍ୟବସ୍ଥା କରିବୁ I
ODF ରେ ସ୍ଥିରତା ଆଣିବା ପାଇଁ ସୂର୍ଯ୍ୟ ଚାଳିତ ଶକ୍ତି ଦ୍ବାରା (ଯେଉଁଠି ବିଜୁଳି ନାହିଁ) କିମ୍ବା ସିଧା ପମ୍ପ ଦ୍ବାରା(ଯେଉଁଠି ବିଜୁଳି ଉପଲବ୍ଧ) ଜଳଯୋଗାଣ କରାଯିବ I
ଏହିପ୍ଲାନରେ ୧୨ଟି ଜଳ ପ୍ରଦୁଷିତଗ୍ରାମରେ ପାଇପ ପାଣି ଏବଂ ୧୮୯ଟି ଗ୍ରାମରେ ନୂଆ ସାର୍ବଜନିନ ଜଳଯୋଗାଣରବ୍ୟବସ୍ଥା ପ୍ରସ୍ତାବିତ ରହିଛି I