କିଭଳି ପହଁଞ୍ଚିବେ
ରାୟଗଡା ଯିବା ପାଇଁ ରେଳପଥ ଓ ସଡକପଥ ଅତ୍ୟନ୍ତ ସୁଗମ।
ଆକାଶ ମାର୍ଗ-
ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।
ରେଳପଥ –
ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।
ସଡକପଥ –
ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି