ଇତିହାସ
ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ରାଜୁତି ସମୟରେ ରାୟଗଡ ଜିଲ୍ଲା କଳିଙ୍ଗ ସାମ୍ରାଜ୍ୟ ଅଧୀନରେ ଥିଲା। ରାୟଗଡର ଇତିହାସ ସମ୍ପର୍କରେ ରାଜା ମାନ୍ଧାତା ଭୋଜପୁରରେ ଥିବା ପ୍ରସ୍ତର ଖୋଦେଇରେ ବ୍ରାହ୍ମୀ ଭାଷାରେ ଲିପିବଦ୍ଧ କରିଛନ୍ତି। ପରେ ସେ ଗଙ୍ଗ ବଂଶୀ ଓ ସୂର୍ଯ୍ୟ ବଂଶୀ ରାଜା ଖାରବେଳଙ୍କ ନିକଟରୁ ପରାଜିତ ହୋଇଥିଲେ। ସେତେବେଳେ ଏହା ଗୁଡ଼ାରି କଟାକା ର ଦାଦରନବଙ୍କ ଅଧୀନରେ ରହିଥିଲା। ଏହାର ବିସ୍ତୃତ ଇତିହାସ ପାଟଳେଶ୍ଵର ମନ୍ଦିରରେ ଥୀବା ପଥରରେ ବ୍ରାହ୍ମୀ ଭାଷାରେ ଲିପିବଦ୍ଧ ହୋଇଛି।
ଏହିଭଳି ଭାବରେ ପାଟଳେଶ୍ଵର ମନ୍ଦିର ନିକଟରୁ ମିଳିଥିବା ପଥରରେ ଖୋଦିତ ସାହିତ୍ୟରୁ ଲାଙ୍ଗୁଳିନଦାର ଅବସ୍ଥିତ ବିଷୟରେ ଅନେକ କିଛି ତଥ୍ୟ ମିଳିଛି। 1519ରେ ଯେତେବେଳେ ରାଜା ମୁକୁନ୍ଦ ଦେବ ଗୋହେରା ଟିକ୍ରିରେ ପରାଜିତ ହୋଇଥିଲେ ସେତେବେଳେ ଏହି ଅଞ୍ଚଳଟି ବାହାମନୀଶଙ୍କ ଅଧୀନକୁ ଆସିଥିଲା । ତାପରେ ଏହା ନନ୍ଦପୁର ରାଜାଙ୍କ ଅଧୀନରେ 47 ବର୍ଷ ଧରି ରହିଥିଲା। ହଶିନ ଖାନଙ୍କ ଦ୍ଵାରା ପରାଜିତ ହୋଇ ମୃତ୍ୟୁବରଣ କରିଥିବା ବିଶ୍ଵମ୍ବର ଦେବ ସମ୍ଭବତଃ ରାୟଗଡାର ତୃତୀୟ ରାଜା ଥିଲେ। ଦେବୀ ମଝିଘରିଆଣୀଙ୍କ ସତୀକୁଣ୍ଡ ଓ ମାଟିରେ ନିର୍ମିତ ଦୁର୍ଗ ଏହାର ମୁକସାକ୍ଷୀ ରୂପେ ପ୍ରତୀୟମାନ। ପରେ ଏହା ବିଜୟନଗରମ୍ ର ତହସିଲ ବୋବିଲିଅଞ୍ଚଳରେ ରହିଥିଲା । ପରେ ଇଂରେଜ ଶାସନ ସମୟରେ ସ୍ଵାଧୀନତା ପର୍ଯ୍ୟନ୍ତ ରାୟଗଡାଜୟପୁର ଜମିଦାରୀ ଅଧୀନରେ ରହିଥିଲା।